ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଣୁ ଅନୁଗୁଳ ଡାକ ବିଭାଗ ପକ୍ଷରୁ ଆଜି ସକାଳେ ହର ଘର ତ୍ରିରଙ୍ଗା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ପାଇଁ ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପାଇଁ ଡାକ ବିଭାଗ ପକ୍ଷରୁ ବଜାର ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା କରାଯାଇଛି।

ରାଲିରେ ଶିବ ପ୍ରସାଦ ବେହେରା, ମମତା ପଣ୍ଡା, ସୁଜିତ୍ କୁମାର ଦେହୁରୀଙ୍କ ସମେତ ଜିଲ୍ଲା ଡାକ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।