ଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

You are currently viewing ଏପି ସିଂହ ମେମୋରିଆଲ ଓ ମା’ ବ୍ରହ୍ମlୟଣୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ଅନୁଗୁଳ: ୧୩ ତମ ସର୍ବ ଭାରତୀୟ ଏପି ସିଂହ ମେମୋରିଆଲ ଓ ୩୩ ତମ ମା ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଅଁରପାଳ ଗୋତମରା ସ୍ଥିତ ଖେଳ ପଡ଼ିଆଠାରେ ଉଦଘାଟିତ ହୋଇଯାଇଛି। ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ ମୁଖ୍ୟ ଅତିଥି ଭାବେ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ୮ ଗୋଟି ଟିମ୍ ଯଥା ଟମାଣ୍ଡୋ ଭୁବନେଶ୍ୱର, ଫେମସ କ୍ଲବ୍ କେନ୍ଦୁଝର, ଆଦର୍ଶ କ୍ରିକେଟ କ୍ଲବ୍ ବାଲେଶ୍ୱର, ଆରଏସଏ ରାଉରକେଲା, ରାଇଜିଂ ଷ୍ଟୁଡେଣ୍ଟ୍ କଟକ, ସେରଶା କ୍ଲବ୍ ରାଞ୍ଚି, ଏନଆରସିଏ କୁଲାଡ ଅନୁଗୁଳ ଓ ଆଦିତ୍ୟ ୧୧ ଭୁବନେଶ୍ୱର ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ।

ଉଦ୍ଘାଟନ ଉତ୍ସବରେ ଟମାଣ୍ଡୋ ଭୁବନେଶ୍ୱର ଫେମସ କ୍ଲବ୍ କେନ୍ଦୁଝରକୁ ପରାସ୍ତ କରି ପ୍ରଥମ ସେମି ଫାଇନାଲକୁ ପ୍ରବେଶ କରିଛି। ଏମବିସିସି କ୍ଲବ୍ ସଭାପତି ସୁବାଷ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଗୋତମରା ସରପଞ୍ଚ ମଣ୍ଟୁ ବରାହ, ବନ୍ଦା ସରପଞ୍ଚ ନକୁଳ ସାହୁ, ଗଡ଼ସନ୍ତ୍ରୀ ସରପଞ୍ଚ ଟଙ୍କଧର ବେହେରା, ବୁଢାପଙ୍କ ସରପଞ୍ଚ ଝିଲି ବେହେରା, ସାନ୍ତରାପୁର(ଖ)ସରପଞ୍ଚ ନିର୍ମଳ ସାହୁ, ଗୋତମରା ସମିତି ସଭ୍ୟ ରାମଚନ୍ଦ୍ର ଭୋଳ, ବଅଁରପାଳ ନାଏବ ସରପଞ୍ଚ ଶାନ୍ତିଲତା ସେନାପତି, ସମାଜସେବୀ ପୂଜା ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗୋତମରା ପଞ୍ଚାୟତ ବିଜେଡ଼ି ସଭାପତି ଉପେନ୍ଦ୍ର ସାମଲ, ରୁଦ୍ର ନାରାୟଣ ସିଂହ, ସୁଦୀପ୍ତ ସିଂହ, ବିଘୋଶ ସିଂହ, ଜିତେନ୍ଦ୍ର ସାମଲ, ରାକେଶ ମାଝୀ, ସଂଜୀବ ଭୂତିଆ ଏବଂ ଏମବିସିସି କ୍ଲବର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ମ୍ୟାଚ୍ ଅମ୍ପାୟାର ଭାବେ ତ୍ରିନାଥ ସାମନ୍ତ, ସୋମନାଥ ସେଠୀ ଏବଂ କମେଣ୍ଟର ଭାବେ ସନ୍ଦିପ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ।

Share

Leave a Reply