ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ଅନୁଗୁଳ ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗର ଶୁକ୍ରବାର ପ୍ରଥମ ମ୍ୟାଚରେ ନାଲକୋ ଟିମ ଏନଟିପିସିକୁ ୬-୦ ଗୋଲରେ ପରାସ୍ତ କରିଥିଲା।ସେହିଭଳି ଦ୍ଵିତୀୟ ମ୍ୟାଚରେ ଆଠମଲ୍ଲିକ ଚାନ୍ଦ କ୍ଳବ ଅନୁଗୁଳକୁ
୧-୦ ଗୋଲରେ ପରାସ୍ତ କରିଥିଲା।ଖେଳ ପରିଚାଳନା କରିଥିଲେ ମନୋଜ ଦାସ। ଆଜି କଳିଙ୍ଗ କ୍ଳବ ବଇଣ୍ଡା ବନାମ ସାନସଡ଼ା, ପାଲଲହଡ଼ା ଏବଂ ଶିଆରିମାଳିଆ, ପାଲଲହଡ଼ା ବନାମ ଖମାର, ବାଗେଡିଆ ମଧ୍ୟରେ ଅନୁଷ୍ଠିତ ହେବ।
ଜିଲ୍ଲା ଗ୍ରାମାଞ୍ଚଳ ଫୁଟବଲ ଲିଗ୍:ନାଲକୋ ଓ ଆଠମଲ୍ଲିକ ବିଜୟୀ


