ପୌରପାଳିକାର ସଫଳତା: ୪ ବର୍ଷ ପରେ ଚାଲୁ ହେଲା ବିଦ୍ୟୁତ ଚାଳିତ ଶବଦାହ ଚୁଲା

You are currently viewing ପୌରପାଳିକାର ସଫଳତା: ୪ ବର୍ଷ ପରେ ଚାଲୁ ହେଲା ବିଦ୍ୟୁତ ଚାଳିତ ଶବଦାହ ଚୁଲା

ଅନୁଗୁଳ: ସ୍ଥାନୀୟ କରଡ଼ାଗାଡିଆ ଶ୍ମଶାନରେ ଗତ ପ୍ରାୟ ଚାରି ବର୍ଷ ଧରି ଖତ ଖାଉଥିବା ବିଦ୍ୟୁତ ଚାଳିତ ଶବଦାହ ଚୁଲାର ଆଜି ଟ୍ରାଏଲ ରନ ବା ପୂର୍ବ ପରୀକ୍ଷଣ କରାଯାଇଛି।ପୂର୍ବ ସରକାର ସମୟରେ କିଣା ଯାଇଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଏହି ଚୁଲାକୁ କର୍ତ୍ତୃପକ୍ଷ ସେମିତି ପକାଇ ରଖିଥିଲେ। ନିକଟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ପଦକ୍ଷେପ ନିଆ ଯାଇଥିଲା। କମ୍ପାନୀ ଇଞ୍ଜିନିୟର ଆସି ଚୁଲାକୁ ଚାଲୁ କରିବାସହ ଅନୁଗୁଳ ପୌରପାଳିକାର ଜଣେ କର୍ମଚାରୀଙ୍କୁ ତାଲିମ ମଧ୍ୟ ଦେଇଥିଲେ।

ଏଥିନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ କହିଛନ୍ତି ଏଣିକି ଚୁଲାକୁ ନିୟମିତ ଚଲା ଯିବ।ଏଥିସହିତ ଶ୍ମଶାନର ଉନ୍ନତି କରଣ ପାଇଁ ପଦକ୍ଷେପ ମଧ୍ୟ ନିଆଯିବ।ଏଠାରେ ସୂଚନା ଯୋଗ୍ୟ ଶ୍ମଶାନରେ କାଠର ଅଭାବ ହେତୁ ଶବ ପୋଡିବା ପାଇଁ ସମସ୍ୟା ଦେଖା ଦେଇଥିଲା। ବେଳେବେଳେ କାଠ ଯାଗାରେ ଘଷି ମଧ୍ୟ ବ୍ୟବହାର କରାଯାଉଥିଲା। ବିଦ୍ୟୁତ ଶବଦାହ ଚୁଲା କାର୍ଯ୍ୟକାରୀ ହେବା ପରେ ଆଉ  କାଠ ସମସ୍ୟା ରହିବ ନାହିଁ ବୋଲି ଅନେକ ବୁଦ୍ଧିଜୀବି ମତ ଦେଇଛନ୍ତି।

Share

Leave a Reply