ଅନୁଗୁଳ: ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ଆମ ଆଦମୀ ପାର୍ଟିର ଅନୁଗୁଳ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଦିଲ୍ଲୀରେ ଥିବା ଆମ୍ ଆଦମୀ ପାର୍ଟି ସରକାରଙ୍କ ସହିତ ଓଡ଼ିଶାରେ ଥିବା ବିଜେଡି ସରକାର ଓ ଦେଶରେ ଥିବା ବିଜେପି ସରକାର କରିଥିବା ଋଣର ତୁଳନା କରିଥିଲେ। ଆପ୍ ସରକାରର ବିଭିନ୍ନ ସଫଳତା ଉପରେ ଆଲୋକ ପାତ କରିଥିଲେ। ଜିଲ୍ଲା ଆବାହକ ଜ୍ଯୋତି ରଞ୍ଜନ ପଣ୍ଡାଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଆମ୍ ଆଦମୀ ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
- Post published:May 29, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul