ଭୁବନେଶ୍ୱର: ୨୦୨୩-୨୦୨୪ ଶିକ୍ଷା ବର୍ଷରେ ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ପଲିଟେକନିକ୍ କଲେଜରେ ଡିପ୍ଲୋମା ନାମଲେଖା ପାଇଁ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ(ଡିଟିଇଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ବର୍ଷ ଓ ଲାଟେରାଲ୍ ନାମଲେଖା ପାଇଁ ଏପ୍ରିଲ୍ ୧୭ ତାରିଖରୁ ଆବେଦନ ଆରମ୍ଭ ହେବ। ଲାଟେରାଲ୍ ବର୍ଗର ପିଲାଙ୍କ ପାଇଁ ମେ ୧୭ ଓ ପ୍ରଥମ ବର୍ଷ ପାଇଁ ମେ ୩୧ ଶେଷ ତାରିଖ। ୩୦ ମେ’ ରେ ଲାଟେରାଲ୍ ବର୍ଗର ପିଲାଙ୍କ ପ୍ରୋଭିଜନାଲ୍ ତାଲିକା ପ୍ରକାଶ ପାଇବାକୁ ଥିବାବେଳେ ଜୁନ୍ ୧୪ ତାରିଖରେ ପ୍ରଥମ ବର୍ଷର ପ୍ରୋଭିଜନାଲ ଆଲଟିମେଣ୍ଟ ପ୍ରକାଶ ପାଇବ। ବିଭିନ୍ନ ପର୍ଯ୍ୟାୟରେ ଜୁଲାଇ ଶେଷ ସୁଦ୍ଧା ନାମଲେଖା ସରିବ। ଅଗଷ୍ଟରୁ ପାଠପଢ଼ା ଆରମ୍ଭ ହେବ। www.samsodisha gov.inରୁ ଏହି ସମ୍ବନ୍ଧୀୟ ବିସ୍ତୃତ ତଥ୍ୟ ମିଳିପାରିବ।
ଡିପ୍ଲୋମା ନାମଲେଖା ପାଇଁ ଆଜିଠୁ ଆବେଦନ
- Post published:April 17, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
Tags: Angul
You Might Also Like
ପୋଲିସ କବ୍ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ
ପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ





