ଅନୁଗୁଳ: ଏମସିଏଲର ଜମି ଅଧିଗ୍ରହଣ ପରେ ସ୍ଥାନୀୟ ନତଡ଼ାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଗ୍ରାମବାସୀଙ୍କ ଅବସ୍ଥା ବେହାଲ।
ସୂଚନା ମୁତାବକ, ଅନଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ନତଡା ପଞ୍ଚାୟତର କିଛି ଜମିକୁ ଏମସିଏଲ କୋଇଲା ପରିବହନ ପାଇଁ ଅଧିଗ୍ରହଣ କରି ରେଳଧାରଣା କାର୍ଯ୍ୟ ଆରମ୍ଭ କରିଛି। ଏହା ଦ୍ୱାରା ନତଡା ଗାଁ ଦୁଇ ଭାଗରେ ବିଭକ୍ତ ହୋଇଛି। ଫଳରେ ସାମାନ୍ୟ ବର୍ଷାରେ ନତଡା ଗ୍ରାମବାସୀଙ୍କ ଅବସ୍ଥା ବେହାଲ ହୋଇଛି। ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ରେଲୱେ ପାର୍ଶ୍ୱରେ ଥିବା ଚାଷ ଜମି ବୁଡି ଯାଇ ରାସ୍ତା ଉପରେ ମଧ୍ୟ ଆଣ୍ଠୁ ଉପରକୁ ପାଣି ଜମିରହିଛି। ଏହା ସହିତ ପାଣି ଭିତରେ ଓ ଉପରେ ଇଲେକ୍ଟ୍ରି ଲାଇନ ତାର ଯାଇଛି। ପାଣିରେ ଓଦା ହୋଇ ଇଲେକ୍ଟ୍ରି ଖୁଣ୍ଟି ଉପୁଡ଼ି ପଡ଼ିବା ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ରେଲୱେ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ଗ୍ରାମବାସୀ।