ଏଣିକି ହାତୀଙ୍କ ଉପରେ ନଜର ରଖିବ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’: ରେଳ ଦୁର୍ଘଟଣା ରୋକିବାକୁ ଅନୁଗୁଳ ବନ ବିଭାଗର ମାଷ୍ଟର ପ୍ଲାନ୍

You are currently viewing ଏଣିକି ହାତୀଙ୍କ ଉପରେ ନଜର ରଖିବ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’: ରେଳ ଦୁର୍ଘଟଣା ରୋକିବାକୁ ଅନୁଗୁଳ ବନ ବିଭାଗର ମାଷ୍ଟର ପ୍ଲାନ୍

ଅନୁଗୁଳ: ବନ୍ୟପ୍ରାଣୀ ପରିଚାଳନା ଏବଂ ମଣିଷ-ବନ୍ୟଜନ୍ତୁଙ୍କ ସହଭାଗିତାକୁ ସୁଦୃଢ଼ କରିବା ପାଇଁ ଅନୁଗୁଳ ବନ ବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭାଗ ପକ୍ଷରୁ ଚାରୋଟି ରଣନୈତିକ ସ୍ଥାନରେ AI ଚାଳିତ ମନିଟରିଂ ଟାୱାର ସ୍ଥାପନ କରାଯାଇଛି, ଯାହା ସ୍ୱୟଂଚାଳିତ ଭାବେ ହାତୀ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ଉପରେ ରିଅଲ-ଟାଇମ୍ ନଜର ରଖିବ।

ବିଶେଷ କରି ରେଳ ଧାରଣାରେ ହାତୀ-ଟ୍ରେନ୍ ସଂଘର୍ଷକୁ ରୋକିବା ଏବଂ ଜନବସତି ମଧ୍ୟକୁ ହାତୀଙ୍କ ପ୍ରବେଶକୁ ପୂର୍ବରୁ ଚିହ୍ନଟ କରିବା ଦିଗରେ ଏହି ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ସହାୟକ ହେବ। ଏହାର ସୁଚାରୁ ପରିଚାଳନା ପାଇଁ ଅନୁଗୁଳ ବନ ବିଭାଗ କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ ପ୍ରତିଷ୍ଠା କରାଯାଇଛି, ଯେଉଁଠାରୁ ବିଭାଗୀୟ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ନିରୀକ୍ଷଣ କରିପାରିବେ। ଏହାଦ୍ୱାରା ବନ୍ୟଜନ୍ତୁଙ୍କ ଗତିବିଧି ସମ୍ପର୍କରେ ତୁରନ୍ତ ସୂଚନା ମିଳିବା ସହ ବନ୍ୟଜନ୍ତୁ ଓ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷା ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରିବ।

Share

Leave a Reply