ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ପଞ୍ଚାୟତରେ ଗତ କିଛିଦିନ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ବାଗଡ଼ିଆ ଗୋଛାୟତ ସାହିର ସୂର୍ଯ୍ୟ ଗୋଛାୟତ ଓ ମିତାରାଣୀ ଗୋଛାୟତଙ୍କର ଚାଳଘର ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏହି ଖବର ପାଇ ଗୋଛାୟତ ଜାତି ସେବା ମହାସଂଘର ସଦସ୍ୟ ମାନେ ପହଞ୍ଚି ତାଙ୍କୁ ଜରିପାଲ ଓ ସୁଖିଲା ଖାଦ୍ୟ ଚାଉଳ,ଚୁଡ଼ା,ଗୁଡ, କଦଳୀ, ବିସ୍କୁଟ ଯୋଗାଇ ଦେଇଥିଲେ। ଆଗକୁ ଅସହାୟ ଓ ଗରିବ ଲୋକମାନଙ୍କ ପାଇଁ ଏଭଳି ସେବାକାର୍ଯ୍ୟ ଯାରି ରହିବ ବୋଲି ସଂଘ ସଭାପତି ଫକୀର ମୋହନ ବେହେରା କହିଛନ୍ତି।
ଘର ନ ଥିବା ପରିବାରକୁ ସାହାଯ୍ୟ ଓ ସହଯୋଗର ହାତ ବଢାଇଲେ ଗୋଛାୟତ ଜାତି ସେବା ମହାସଂଘ
- Post published:August 6, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
