ଅନୁଗୁଳ: ବଅଁରପାଳ ମୌଜାସ୍ଥ ମଣ୍ଡପ ସାହି କୋଠାଘର ଭଗବତ ମନ୍ଦିର ପ୍ରାଙ୍ଗଣରେ ୪୭ ତମ ନାମ ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦୁଇ ଦିନ ଧରି ଅଷ୍ଟ ପ୍ରହର ଅନୁଷ୍ଠିତ ହୋଇଯାଇଛି। ନଅ ତାରିଖ ସନ୍ଧ୍ୟାରେ ଶୁଭ ଅଧିବାସ, ଶନିବାର ଭୋର ଛଅ ଠାରୁ ନାମ ଯଜ୍ଞ ଅନୁଷ୍ଠିତ ହୋଇ ରବିବାର ୬ ଘଟିକାରେ ନାମ ଯଜ୍ଞ ସରିବା ପରେ ନଗର କୀର୍ତ୍ତନ ଓ ପୂର୍ଣ୍ଣାହୁତି ହୋଇଥିଲା।
ଏହି ନାମ ଯଜ୍ଞରେ ଆଖପାଖ ଅଞ୍ଚଳରୁ ୧୭ ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ଗାନ କରିଥିଲେ। ପ୍ରତ୍ୟେହ ଦିନ ଅନ୍ନ ପ୍ରସାଦ ସହ ରାତିରେ ମିଠା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଆଖ ପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭଗବତ ପ୍ରେମୀ ଯୋଗ ଦେଇଥିଲେ। ଏହି ନାମ ଯଜ୍ଞରେ ଯଜ୍ଞ କମିଟି ସଭାପତି ହରିହର ପରିଡା, ଉପ ସଭାପତି ସତ୍ୟାନନ୍ଦ ସେନାପତି, ସଂପାଦକ ଦୁଷ୍ମନ୍ତ ରାଉତ, ସହ ସମ୍ପାଦକ ତ୍ରିଲୋଚନ ଭୂତିଆ, ସଂଯୋଜକ ଦୁଃଖବନ୍ଧୁ ପରିଡା ଓ କୃପାସିନ୍ଧୁ ପରିଡା ପ୍ରମୁଖ ସହଯୋଗ କରିଥିଲେ।

