ଆଠମଲ୍ଲିକ ଏନ୍‌ଏସିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ

You are currently viewing ଆଠମଲ୍ଲିକ ଏନ୍‌ଏସିକୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ

ଆଠମଲ୍ଲିକ: ଭାରତ ସରକାରଙ୍କ ଗୃହ ଏବ˚ ନଗର ଉନ୍ନୟନ ବିଭାଗ ତରଫରୁ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଉତ୍କୃଷ୍ଟ କାର୍ଯ୍ୟ ଭାରତ ବର୍ଷରେ କରିଥିବାରୁ ପ୍ରଧାନମନ୍ତ୍ରୀ ସହରି ଯୋଜନାରେ ଭାରତର ଶ୍ରେଷ୍ଠ ନଗର ପଞ୍ଚାୟତ ହିସାବର ସର୍ବୋତ୍କୃଷ୍ଟ ଦ୍ବିତୀୟ ସମ୍ମାନ ପ୍ରାପ୍ତ ହୋଇଛି। ଉକ୍ତ ପୁରସ୍କାର ସମାରୋହ ଅନୁଗୁଳ ଏନ୍‌ଆଇସି ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ କେନ୍ଦ୍ର ସରକାଙ୍କ ଗୃହ ଏବ˚ ସହରିକରଣ ରାଜ୍ୟ ମନ୍ତ୍ରୀ (ସ୍ବାଧୀନ) ହରଦୀପ ସି˚ହ ପୁରୀ ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ପ୍ରକଳ୍ପ ନିର୍ଦ୍ଦେଶକ (ଗ୍ରାମ୍ୟ ଉନ୍ନୟନ ସଂସ୍ଥା) ଦିଲ୍ଲୀପ କୁମାର ସାହୁ, ଆଠମଲ୍ଲିକ ଏନ୍‌ଏସି ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ଭିତ୍ତିଭୂମି ବିଶେଷଜ୍ଞ ଅ˚ଶୁମାନ ପୃଷ୍ଟି, କନିଷ୍ଠ ଯନ୍ତ୍ରୀ ଘନଶ୍ୟାମ ତ୍ରିପାଠୀ ଓ ଅନୁଗୁଳ ଏନ୍‌ଆଇସି ମୁଖ୍ୟ ସୁବ୍ରତ ଚାଟାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply