ଆଠମଲ୍ଲିକ ଆଇନଜୀବୀ ସଂଘର ନିର୍ବାଚନ: ସଭାପତି ହେଲେ ସୁଶାନ୍ତ, ଜିତେନ୍ଦ୍ର ହେଲେ ସମ୍ପାଦକ

You are currently viewing ଆଠମଲ୍ଲିକ ଆଇନଜୀବୀ ସଂଘର ନିର୍ବାଚନ: ସଭାପତି ହେଲେ ସୁଶାନ୍ତ, ଜିତେନ୍ଦ୍ର ହେଲେ ସମ୍ପାଦକ

ଆଠମଲ୍ଲିକ: ଆଠମଲ୍ଲିକ ଆଇନଜୀବୀ ସଂଘର ଚଳିତବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଶନିବାର ଓକିଲ ସଂଘର ବୈଠକ ଅନୁଷ୍ଠିତ ହୋଇଛି। ସଭାପତି ପଦ ପାଇଁ ସୁଶାନ୍ତ କୁମାର ମହାପାତ୍ର ଓ ପ୍ରମୋଦ କୁମାର ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିବା ବେଳେ ସମ୍ପାଦକ ପଦ ପାଇଁ ଜିତେନ୍ଦ୍ର କୁମାର ବେହେରା ଓ ବନ୍ଦିତା ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ସୁଶାନ୍ତ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇ ହ୍ୟାଟ୍ରିକ କରିଥିବା ବେଳେ ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ମୁଖୀ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ଏହି ସଂଘର ଉପସଭାପତି ଭାବେ ଉଗ୍ରସେନ ସେଠି ଓ କୋଷାଧ୍ୟକ୍ଷ ତଥା ଲାଇବ୍ରେରିଆନ ଭାବେ ବିଶ୍ୱସୁନ୍ଦର ଶତପଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଥିଲେ।

ଚଳିତ ନିର୍ବାଚନକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ବାମନ କୁମାର ମିଶ୍ର, ସହଯୋଗୀ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର କର୍ଣ୍ଣ ଓ ଆଇନଜୀବୀ ଲଲାଟେନ୍ଦୁ ଦାଶ ପରିଚାଳନା କରିଥିଲେ ।

Share

Leave a Reply