ଅନୁଗୁଳ: ଅନୁଗୁଳ ହୁଲୁରିସିଙ୍ଗା ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଜଣେ ଟ୍ରକ ଡ୍ରାଇଭରଙ୍କୁ ମାଡ଼ପିଟ କରିବା ସହ ଟଙ୍କା ମାଗିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଟ୍ରକ ଚାଳକଙ୍କ କହିବା ମୁତାବକ, ଆଜି ସେ ଗାଡ଼ି ଲୋଡ୍ କରି ଭିଲାଇ ଅଭିମୁଖେ ଯାଉଥିଲେ। ହୁଲୁରିସିଂହା ଛକ ନିକଟରେ ଗୁପଚୁପ୍ ଖାଇବା ପାଇଁ ଗାଡ଼ି ଅଟକାଇଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଆସି ପ୍ରଥମେ ସେ ଲଗାଇଥିବା ହେଡ୍ ଫୋନ ନେଇଯାଇଥିଲେ। ପରେ ତାଙ୍କୁ ପାନପୁଡ଼ିଆ ମାଗିଥିଲେ ଏବଂ ପାଞ୍ଚଶହ ଟଙ୍କା ମଧ୍ୟ ମାଗିଥିଲେ। ଚାଳକ ନଦେବାରୁ ତାଙ୍କୁ ଠେଲାପେଲା କରିବା ସହ ମାଡ଼ପିଟ ମଧ୍ୟ କରିଥିଲେ।
ଏହା ପରେ ମାଲିକଙ୍କ ସହ ଯୋଗାଯୋଗ କରି ଚାଳକ ଅନୁଗୁଳ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।