ଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

You are currently viewing ଗର୍ଭବତୀ ମହିଳାଙ୍କୁ ବଳାତ୍କାର ଉଦ୍ୟମ

ଅନୁଗୁଳ: ରବିବାର ଅନୁଗୁଳ ସହରାଞ୍ଚଳରେ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୁଲିସ୍‌ ସୂଚନା ମୁତାବକ, ସୁକାନ୍ତି ବେହେରା (ଛନ୍ମନାମ, ୨୦) ନାମକ ଏହି ମହିଳା ତାଙ୍କ ପରିବାର ସହ ଅନୁଗୁଳ ସହରରେ ରହୁଛନ୍ତି। ସେ ଏବେ ୫ ମାସର ଗର୍ଭବତୀ। ରବିବାର ଅପରାହ୍ଣ ପ୍ରାୟ ସାଢେ଼ ୨ଟା ବେଳେ ତାଙ୍କ ଘରେ କେହି ନଥିବା ବେଳେ ପଡେ଼ାଶୀ ଜଣେ ଯୁବକ ତାଙ୍କ ଘରେ ପଶିଥିଲା। ସୁକାନ୍ତି ଘରେ ଏକୁଟିଆ ଥିବା ଦେଖି ବଳାତ୍କାର ଉଦ୍ୟମ କରିଥିଲା। ସେ ଗର୍ଭବତୀ ଥିବା କହିବା ସହିତ କାମାନ୍ଧ ଯୁବକଙ୍କୁ ଛାଡ଼ି ଦେବାକୁ ନେହୁରା ହୋଇଥିଲେ। ମାତ୍ର ମହିଳାଙ୍କ ଗୁହାରିକୁ କର୍ଣ୍ଣପାତ ନକରି ଟଣାଓଟରା କରିଥିଲା। କିଛି ସମୟ ପରେ ମହିଳାଙ୍କ ସ୍ବାମୀ ପହଞ୍ଚିବାରୁ ଅଭିଯୁକ୍ତ ଯୁବକ ଚମ୍ପଟ ମାରିଥିଲା। ଏ ନେଇ ଥାନାରେ ଅଭିଯୋଗ କଲେ ସାରା ପରିବାରକୁ ଜୀବନରୁ ମାରିଦେବ ବୋଲି ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

 

Share

Leave a Reply