ଚାନ୍ଦା ପାଇଁ ଠିକାକ୍ୟାମ୍ପରେ ଗଣ୍ତଗୋଳ

୨ ଅଭିଯୁକ୍ତ କୋର୍ଟ ଚାଲାଣ

0

ଅନୁଗୁଳ: ସୁରକ୍ଷାକର୍ମୀଙ୍କୁ ମାର‌୍‌ପିଟ୍‌ କରିବା ସହ ଦାଦାବଟି ଆଦାୟ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ସାକସି˚ହା ଗ୍ରାମର ସୁନିଲ୍‌ ନାଏକ ଓ ବିକାଶ ନାଏକ। ପୁଲିସ୍‌ ସୂଚନା ମୁତାବକ, ଏକ ଠିକାସ˚ସ୍ଥା ସାକସି˚ହା ଗ୍ରାମରେ ପାଇପ୍‌ଲାଇନ୍‌ କାମ କରୁଛି। ସେଠାରେ ଠିକା ସ˚ସ୍ଥା କ୍ୟାମ୍ପ କରିଥିବା ବେଳେ ରବିବାର ରାତି ପ୍ରାୟ ୯ଟା ବେଳେ ୪ ଜଣ ଯୁବକ ପହଞ୍ଚି ଉତ୍ପାତ କରିଥିଲେ। ନିଶାରେ ଚୁର‌୍‌ ଥିବା ୪ ଯୁବକ ସେଠାରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ମାର‌୍‌ପିଟ୍‌ କରିବା ସହ ଟଙ୍କା ମାଗିଥିଲେ। ପ୍ରାୟ ଅଧଘଣ୍ଟାର ଉତ୍ତୋଜନାମୂଳକ ପରିସ୍ଥିତି ପରେ ସୁରକ୍ଷାକର୍ମୀ ୨ ଜଣଙ୍କୁ କାବୁ କରିଥିଲେ। ଅନ୍ୟ ୨ ଜଣ ଫେରାର‌୍‌ ହୋଇଯାଇଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୨ ଯୁବକଙ୍କୁ ଗିରଫ କରିଥିଲା। ସୋମବାର ଅପରାହ୍ଣରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ପୁଲିସ୍‌ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Leave A Reply

Your email address will not be published.

error: Content is protected !!