ଅନୁଗୋଳରେ ଚିକିତ୍ସାଧୀନ ଯୁବତୀ ନିଖୋଜ: ପୁଲିସର ଖୋଳତାଡ଼ ଆରମ୍ଭ

You are currently viewing ଅନୁଗୋଳରେ ଚିକିତ୍ସାଧୀନ ଯୁବତୀ ନିଖୋଜ: ପୁଲିସର ଖୋଳତାଡ଼ ଆରମ୍ଭ

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣେ ୧୮ ବର୍ଷୀୟା ଯୁବତୀ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଏନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲାର ଏହି ଯୁବତୀ ସହର ଉପକଣ୍ଠ ଚନ୍ଦ୍ରବାହାଳ ଅଞ୍ଚଳରେ ରହି ଏକ ବୃତ୍ତିଗତ ତାଲିମ ନେଉଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଗୋଟିଏ ଦିନ ଅପରାହ୍‌ଣ ୩ଟା ପରେ ସେ ହସ୍ପିଟାଲରୁ କାହାକୁ କିଛି ନ କହି ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ଦିଆଯାଇଛି।
ଯୁବତୀଜଣକ ହସ୍ପିଟାଲରୁ କିପରି ଏବଂ କେଉଁ ପରିସ୍ଥିତିରେ ବାହାରିଲେ, ସେ ସମ୍ପର୍କରେ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୁଲିସ ହସ୍ପିଟାଲ ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ତାଙ୍କର ସନ୍ଧାନ ପାଇଁ ବିଭି ଦିଗରୁ ଖୋଳତାଡ଼ ଆରମ୍ଭ କରିଛି।

Share

Leave a Reply