ଅନୁଗୋଳ: ତିନି ଲକ୍ଷ ରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମାନଙ୍କ ମଧ୍ୟରେ ସ୍ୱଚ୍ଛ ବାୟୁ ପାଇଁ କରାଯାଇଥିବା ପ୍ରୟାସ ମଧ୍ୟରେ ଅନୁଗୋଳ ପୌରପାଳିକା ଦେଶରେ ଦ୍ୱିତୀୟ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ନୂଆ ଦିଲ୍ଲୀ ଠାରେ ଏହି ପୁରସ୍କାର ଗ୍ରହଣ କରିଥିଲେ ଅନୁଗୋଳ ଜିଲ୍ଲାପାଳ ଅବଦାଲ ଏମ ଅଖତାର ଏବଂ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ।
ଶ୍ରୀ ତ୍ରିପାଠୀ ଗତ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳ ଫେରିବା ପରେ ପୌର କର୍ମଚାରୀଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଉତ୍ତରୀୟ,ପୁଷ୍ପଗୁଚ୍ଛ ଦେଇ ଏବଂ କେକ୍ କାଟି କର୍ମଚାରୀମାନେ ଶ୍ରୀ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ତ୍ରିପାଠୀ ଏହି ସଫଳତାର ଶ୍ରେୟ ଜିଲ୍ଲାପାଳ, ନଗରପାଳଙ୍କ ସମେତ ଯେଉଁ ସଫେଇ କର୍ମଚାରୀ ମାନେ ତୃଣମୂଳ ସ୍ତରରେ କାମ କରୁଛନ୍ତି ତାଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ଶ୍ରୀ ତ୍ରିପାଠୀ ପ୍ରକାଶ କରି ଥିଲେ। ଅଫିସର ସମସ୍ତ କର୍ମଚାରୀ ଏହି ସମ୍ବର୍ଦ୍ଧନା ଉତ୍ସବରେ ସାମିଲ ହୋଇଥିଲେ ।











