୩୪ ବେଆଇନ ଗୋରୁ ଚାଲାଣ ଧରା ପଡ଼ିଲା: ୭ ଅଭିଯୁକ୍ତ ଗିରଫ

You are currently viewing ୩୪ ବେଆଇନ ଗୋରୁ ଚାଲାଣ ଧରା ପଡ଼ିଲା: ୭ ଅଭିଯୁକ୍ତ ଗିରଫ

ଅନୁଗୋଳ: ହଣ୍ଡପା ଥାନା ଉରୁକୁଳା ଜଙ୍ଗଲ ରାସ୍ତା ଦେଇ ଗତ ସେପ୍ଟେମ୍ବର ୯ ତାରିଖରେ ବେଆଇନ ଗୋରୁ ଚାଲାଣ କରାଯିବା ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିବା ପରେ ପୋଲିସ ଟିମ୍ ସହ ଉକ୍ତ ରାସ୍ତାରେ ଛକି ବସିଥିଲା ରାତି ପ୍ରାୟ ସାଢ଼େ ଗୋଟେ ବେଳକୁ  ଗୋଟିଏ  ଆଇଚର୍ ଟ୍ରକ୍ ଦ୍ରୁତ ଗତିରେ ସେ ରାସ୍ତା ଦେଇ ଆସିଲା। ପୋଲିସ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ଗାଡ଼ି ଅଟକି ନଥିଲା। ତେଣୁ ଗାଡ଼ିକୁ ଗୋଡ଼ାଇ ଶେଷରେ ପୋଲିସ ଧରିଥିଲା।

ଗାଡ଼ିରେ ବେଆଇନ ଭାବେ ୩୪ଟି ଗୋରୁ ଚାଲାଣ ହେଉଥିଲେ ଚାଳକ ଏବଂ ଆରୋହୀଙ୍କ ପାଖରେ ଚାଲାଣ ନେଇ ଦଲିଲ ନଥିଲା ଫଳରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ଅଟକ ରଖା ଯାଇଥିଲା।ଅଟକ ଥିବା ଅଭିଯୁକ୍ତ ମାନେ ହେଲେ  ଅଶଗର( ଆଗ୍ରା), ସନ୍ତୋଷ ରଣସିଂହ(ଖୋର୍ଦ୍ଧା), ଦିବାକର ମହାନ୍ତି(ଖୋର୍ଦ୍ଧା), ପ୍ରତାପ ମଲ୍ଲିକ (ଖୋର୍ଦ୍ଧା), ଦୁଃଖିଆ ବେହେରା(ଅନୁଗୋଳ),ଶେଖ୍ ଅନସାରୀ(ହାୱଡା) ଏବଂ ସଲମାନ ମୁଲ୍ଲା(ହାୱଡା) ।

ଅଭିଯୁକ୍ତ ମାନଙ୍କ ଠାରୁ ମଧ୍ୟ ଗୋଟିଏ ମୋଟର ସାଇକଲ ଓ ୮ଟି ଫୋନ୍ ଜବତ କରାଯାଇଛି।ଇନ୍ସପେକ୍ଟର ରାଜେଶ କୁମାର ଶତପଥୀଙ୍କ ନେତୃତ୍ୱରେ ୮ ଜଣିଆ ଟିମ୍ ଏହି ଚଢାଉର ନେତୃତ୍ୱ ନେଇଥିଲେ। ବେଆଇନ ଗୋରୁ ଚାଲାଣକୁ ଦୃଢ଼ ହସ୍ତରେ ଦମନ କରାଯିବବୋଲି ଜିଲ୍ଲା ପୋଲିସ ପକ୍ଷରୁ କୁହା ଯାଇଛି ।

Share

Leave a Reply