ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

You are currently viewing ଭାଙ୍ଗିଲା ଆଉଁଳି ମୁଖ୍ୟ କେନାଲ ବନ୍ଧ: କର୍ଣ୍ଣପାଳ ଗାଁରେ ପଶିଲା ପାଣି, ଚାଷ ପ୍ରଭାବିତ

ଅନୁଗୁଳ: କେନାଲରେ ଘାଇ ସୃଷ୍ଟି ହୋଇ ଜଳମଗ୍ନ ହୋଇଛି ଏକର ଏକର ପରିବା ଚାଷ  ଓ ଧାନ ଜମି। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଆଉଁଳି ମୁଖ୍ୟ କେନାଲର କର୍ଣ୍ଣପାଳ ଗାଁ ନିକଟରେ ମୁଖ୍ୟ କେନାଲ ଭୁଶୁଡ଼ି ପଡିଛି। ୨୦ ଫୁଟର ଘାଇ ହେବା ଫଳରେ କର୍ଣ୍ଣପାଳ ଗାଁରେ ପଶିଛି ପାଣି। ଘରେ ଘରେ ପାଣି ପଶି ସାମଗ୍ରୀ, ଆସବାବପତ୍ର ଭିଜିବା ସହ ରାସ୍ତା ଉପରେ ମଧ୍ୟ ଆଣ୍ଠୁଏ ଉଚ୍ଚ ପାଣି ବୋହୁଛି।

ସୂଚନା ମୁତାବକ, ବୁଧବାର ରାତିରେ ସମସ୍ତେ ଶୋଇଥିବା ବେଳେ କେନାଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଁରେ ଲୋକଙ୍କ ଘରେ ଓ ବିଲରେ ପାଣି ପଶିଯାଇଛି। ହଠାତ ପାଣି ମାଡି ଆସିବାରୁ ପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବର ପାଇ ପ୍ରଶାସନ ପକ୍ଷରୁ କେନାଲରେ ପାଣି ପ୍ରବାହ ବନ୍ଦ କରି ବନ୍ଧ ମରାମତି କାମ ଆରମ୍ଭ କରାଯାଇଥିବା ଜଣାଯାଇଛି।

Share

Leave a Reply