କ୍ଷୁଦ୍ର ଦାନାଶସ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ: ମାଣ୍ଡିଆ ଚାଷ କରିବାକୁ ପରାମର୍ଶ

You are currently viewing କ୍ଷୁଦ୍ର ଦାନାଶସ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ: ମାଣ୍ଡିଆ ଚାଷ କରିବାକୁ ପରାମର୍ଶ

ବଅଁରପାଳ: ତାଳଚେରର ସାମାଜିକ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଜାମୁନାଳି ପଞ୍ଚାୟତ ଜାମୁନାଳି କୋଠଘର ଠାରେ ଚାଷୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ କ୍ଷୁଦ୍ରଦାନା ଶସ୍ୟ (ମାଣ୍ଡିଆ) ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମକୁ କୃଷି ଗ୍ରାମ ସେବକ ସାକୋସିଙ୍ଗା ଯାଦବ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପଯୁକ୍ତ ବିହନ ଚୟନ, ବିଶୋଧନ, ଧାଡ଼ିରୁଆ ପଦ୍ଧତି, ତଳିପକା, ଖାଦ୍ୟସାର ପରିଚାଳନା, ଜଳସେଚନ, ଘାସ ନିୟନ୍ତ୍ରଣ, ରୋଗ ପୋକ ପରିଚାଳନା, ଫସଲ ସଂରକ୍ଷଣ ଆଦି ନେଇ ବୁଝାଇଥିଲେ। ମାଣ୍ଡିଆକୁ କିପରି ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବା ଓ ନିରୋଗ ରହିବା, ସେ ନେଇ ପରାମର୍ଶ ମଧ୍ୟ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହାଦେବ ଦାସ, ସମ୍ପାଦକ ବୁଦ୍ଧଦେବ ଦାସ, ତନ୍ମୟ ଦାସ, ସୁଦର୍ଶନ ବଳ, ମଥୁରା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply