ପାରିବାରିକ କଳହ: ପୁଅକୁ ବାପା ଓ ଭାଇଙ୍କ ଟାଙ୍ଗିଆରେ ଆକ୍ରମଣ, ଦୁଇ ଗୁରୁତର

You are currently viewing ପାରିବାରିକ କଳହ: ପୁଅକୁ ବାପା ଓ ଭାଇଙ୍କ ଟାଙ୍ଗିଆରେ ଆକ୍ରମଣ, ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଗ୍ରାମ ନିକଟରେ ଘର ଲୋକଙ୍କ ଟାଙ୍ଗିଆ ଚୋଟରେ ଦୁଇ ଜଣ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଦ୍ବୟ ହେଲେ ଅଭୟ ରାଜ (୨୩) ଏବଂ ହଂସା ରାଜ (୨୫)।

ସୂଚନା ମୁତାବକ, ଦୁଇ ଭାଇ ହଂସା ରାଜ ଓ ଅଭୟ ରାଜ ସଦର ଥାନା ଶାବଳଭଙ୍ଗା ଓଭର୍ ବ୍ରିଜ ନିକଟରେ ରହି କାର୍ଯ୍ୟ କରନ୍ତି। ଆଜି ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ଥିଲା। ଝଗଡ଼ା ବେଳେ ବାପା ଶନ୍ତା ଲାଲ ଏବଂ ସାନପୁଅ ଅଭୟ ରାଜ ଦୁଇ ଜଣ ମିଶି ବଡ଼ ପୁଅ ହଂସା ରାଜଙ୍କୁ ଟାଙ୍ଗିଆରେ ହାଣି ଥିଲେ। ନିଜକୁ ବଞ୍ଚାଇବା ପାଇଁ ହଂସା ମଧ୍ୟ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଭାଇ ଗୁରୁତର ହୋଇଛନ୍ତି। ଖବର ପାଇ ସଦର ପୋଲିସ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Share

Leave a Reply