ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଜଣେ ମହିମା ଧର୍ମାବଲମ୍ବି ମାତାଙ୍କୁ ଦୁଷ୍କର୍ମକରି ବାବା ଗିରଫ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମଧୁପୁର ହରିଜନ ସାହି କୋଠଘରେ ହରିହର ନାଏକ(୬୫) ନାମକ ଜଣେ ବାବା ରହୁଥିଲେ। ଏହି କରୋନା ସମୟରେ ଗତ ୩ ମାସ ହେବ ସେଠାରେ ଜଣେ ମାତା ମଧ୍ୟ ଆସି ରହିଲେ। ତେବେ ଶନିବାର ବାବା ହରିହର ମାତାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ମାତା ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ହରିହରଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।
ମାତାଙ୍କୁ ଦୁଷ୍କର୍ମକରି ବାବା ଗିରଫ
- Post published:September 12, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
