ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କତଡ଼ା ପଞ୍ଚାୟତ ବଡ଼ମୂଳ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଛି। ଆୟୋଜକ ମା’ କଳାପାଟ କ୍ରିକେଟ କ୍ଲବ୍ ପକ୍ଷରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଥିଲେ। ଫାଇନାଲ ମ୍ୟାଚ୍ ଜାମୁନାଳୀର ମା’ ମାହେଶ୍ୱରୀ କ୍ରିକେଟ ଟିମ୍ ଓ କତଡାର ମା’ ପିତାବଳୀ କ୍ରିକେଟ ଟିମ୍ ମଧ୍ୟରେ ଖେଳାଯାଇଥିଲା।
ଜାମୁନାଳୀ ଟିମ୍ ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ ହରାଇ ମୋଟ୍ ୧୬୨ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ପ୍ରତିପକ୍ଷ କତଡା ଟିମ୍ ମାତ୍ର ୧୦ ଓଭରରେ ସମସ୍ତ ଉଇକେଟ ହରାଇ ୬୭ ରନ୍ କରି ପରାସ୍ତ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଜାମୁନାଳୀ ବିଜୟୀ ହୋଇଥିଲା।
ବେଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ସତ୍ୟ ପ୍ରକାଶ ସାହୁ, ବେଷ୍ଟ ବୋଲର ଭାବେ କାହ୍ନା ସାହୁ ମନୋନୀତ ହୋଇଥିଲେ । ଆୟୋଜକ କ୍ଲବ ପକ୍ଷରୁ ଗୁରୁଦେବ ସାହୁ, ସତ୍ୟବ୍ରତ ସାହୁ, ପ୍ରିୟବ୍ରତ ସାହୁ, ବାପି ଦେହୁରୀ, ଯୋଗେଶ୍ୱର ସାହୁ, ଚିକୁ, ଗଙ୍ଗାଧର, ବାବୁଲି, ଶିବୁନ, ଅଜିତ, ମଦନ, ଅନାଦି ପ୍ରମୁଖ ଖେଳ ପରିଚାଳନା କରିଥିଲେ।
ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତନିଧି ତଥା ପୂର୍ବତନ ସରପଞ୍ଚ ଅନୀଲ ବିହାରୀ ମାଝୀ, ସମ୍ମାନିତ ଅତିଥି ଭାବେ କତଡା ସରପଞ୍ଚଙ୍କ ପ୍ରତିନିଧି ରଞ୍ଜିତ କୁମାର ପ୍ରଧାନ, ସମିତି ସଭ୍ୟଙ୍କ ପ୍ରତିନିଧି ଅମୂଲ୍ୟ ସାହୁ, ୱାର୍ଡମେମ୍ବର ସୁକାନ୍ତି ସାହୁ, ଗ୍ରାମ ସଭାପତି ଦୁଷ୍ମନ୍ତ କୁମାର ସାହୁ, ବରିଷ୍ଠ ନେତା ସୁଶୀଲ କୁମାର ସିଂହ, ଗୟା ସାହୁ, ପ୍ରଦୀପ କୁମାର ଦେହୁରୀ, ଦେବରାଜ ସାହୁ, ଶରତ ଚନ୍ଦ୍ର ସାହୁ ଯୋଗ ଦେଇ ଉଭୟ ଟିମକୁ ପୁରସ୍କୃତ କରିଥିଲେ।
1
f600b249-5c54-442c-a949-d6bc81000fab