ଜିନ୍ଦଲ ନଗରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

You are currently viewing ଜିନ୍ଦଲ ନଗରରେ ସମ୍ପନ୍ନ ହେଲା ବାହୁଡ଼ା ଯାତ୍ରା

ଅନୁଗୁଳ : ଦେବଭୂମି ଜିନ୍ଦଲ ନଗରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତ୍ତୀ ଗୁଣ୍ଡିଚା ମନ୍ଦିରରୁ ଦେବଭୂମି ସ୍ଥିତ ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦେବଭୂମିର ପ୍ରଥମ ସେବକ ଓ  ସେବିକା ଓ ନବୀନ ଜିନ୍ଦଲ ଏବଂ ତାଙ୍କ ପତ୍ନୀ ଶାଲୁ ଜିନ୍ଦଲ ଛେରାପହଁରା ଓ ପହଣ୍ଡି ନୀତି ତୁଲାଇ ଥିଲେ।

ଏହା ପୂର୍ବରୁ ବଡ଼ି ଭୋର ୫ଟା ସମୟରେ ମନ୍ଦିରର ଦ୍ୱାର ଫିଟା ନୀତି ପରେ ମଙ୍ଗଳ ଆରତୀ, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଏବଂ ଅନ୍ୟାନ୍ୟ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଶ୍ରୀକାନ୍ତ ଜୀଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା। ବାହୁଡ଼ା ଯାତ୍ରା ଅବସରରେ ଜିନ୍ଦଲ ନଗରରେ ବହୁ ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଭକ୍ତମାନେ ରଥ ଗୁଡ଼ିକୁ ଉତ୍ସାହ ଉଦ୍ଦୀପନାର ସହ ଟାଣି ଥିଲେ।

ଚତୁର୍ଦ୍ଧାମୂର୍ତ୍ତୀ ତିନି ଦିନ ଯାଏ ରଥ ଉପରେ ରହିବେ। ରବିବାର, ସୋମବାର ଓ ମଙ୍ଗଳବାର ଯଥାକ୍ରମେ ସୁନାବେଶ, ଅଧରପଣା ଏବଂ ନୀଳାନ୍ଦ୍ରି ବିଜେ ନୀତି ସମ୍ପନ ହେବ। ଏହି ତିନି ଦିନ ଧରି ଭକ୍ତମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ଲାଭ କରିପାରିବେ ବୋଲି ସୂଚନା ଦିଆଯାଇଛି।

Share

Leave a Reply