ଭାରତ ବିକାଶ ପରିଷଦ ପକ୍ଷରୁ ବାଲ୍ ସଂସ୍କାର ଶିବିର

0

ଅନୁଗୁଳ: ଗାନ୍ଧୀ ମାର୍ଗ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଭାରତ ବିକାଶ ପରିଷଦ ପକ୍ଷରୁ ବାଲ ସଂସ୍କାର ଶିବିର ଆୟୋଜିତ ହୋଇଯାଇଛି। ଗତ ୧୦ ତାରିଖରୁ ୩ ଦିନ ବ୍ୟାପୀ ଆୟୋଜିତ ଏହି ଶିବିରକୁ ଉଦଘାଟନ କରିଥିଲେ ପରିଷଦର ଅନୁଗୁଳ ଶାଖା ସଭାପତି ତଥା ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର। ଉଦଯାପନୀ ସମାରୋହରେ ଅନୁଗୁଳର ପୂର୍ବତନ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଡ଼ା ପ୍ରଧାନ ନିଜ ଅଭିଭାଷଣରେ ଶିଶୁ ମାନଙ୍କୁ ବାଲ୍ୟକାଳରୁ ସଂସ୍କାର ପ୍ରଦାନ ଉପରେ ଗୁରୁତ୍ବ ଆରୋପ କରିଥିଲେ।

ଏହା ବ୍ୟତିରକେ ସମାଜର ଅଧଃପତନ ନିଶ୍ଚିତ।ତେଣୁ ବାଲ୍ୟ କାଳରୁ ଛାତ୍ରଛାତ୍ରୀ ମାନେ ପିତୃଭକ୍ତି,ମାତୃଭକ୍ତି,ଗୁରୁଭକ୍ତି,ଦେଶଭକ୍ତି ଏବଂ ନିଜ ଜାତିର ସଂସ୍କୃତି ପ୍ରତି ରୁଚି ରଖିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଶାନ୍ତନୁ କୁମାର ସରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅନ୍ୟବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ସମାଜ ସେବୀ ବିଜୟ କୁମାର ମୋଦି,ପରିଷଦର ମହିଳା ବିଭାଗ ମୁଖ୍ୟ ସରୋଜିନୀ ଦେଇ ଏବଂ ଅନୁଗୁଳ ଲାୟନ୍ସ କ୍ଳବର ବରିଷ୍ଠ ସଦସ୍ୟ ବଜରଙ୍ଗ ଲାଲ ଅଗରୱାଲ ପ୍ରମୁଖ ଯୋଗ ଦେଇଥିଲେ।

ସମାରୋହରେ ଭାରତ ଯୋଗ ସଂସ୍ଥାନର ଯୋଗାଚାର୍ଯ୍ୟା ସଂଯୁକ୍ତା ପାଲ,ପୁଷ୍ପଲତା ସାହୁ,ଶିକ୍ଷୟିତ୍ରୀ ପ୍ରତିମା ତ୍ରିପାଠୀ ଏବଂ କବି ପ୍ରଭାକର ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା।ଶେଷରେ ଗୀତା ପାଠ,ପେଣ୍ଟିଂ, କ୍ବିଜ ଆଦି ପ୍ରତିଯୋଗିତାର ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଆଡଭୋକେଟ ଅନିରୁଦ୍ଧ ଦାସ,ପ୍ରମୋଦ ନାୟକ,ମନ୍ମଥ ଦାସ ପ୍ରମୁଖ ଶିବିର ପରିଚାଳନା କରି ଯୋଗ ଧ୍ୟାନ ସଦାଚାର,ଗୀତା ପାଠ ଆଦି ପ୍ରଦାନ କରିଥିଲେ। ଅଧ୍ୟାପିକା ଶକ୍ତି ସ୍ୱରୂପା ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!