୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

You are currently viewing ୧୯ ନ˚ ୱାର୍ଡ: ବଳରାମ ଜେନାଙ୍କୁ ମିଳୁଛି ଅଧିକ ସମର୍ଥନ

ଅନୁଗୁଳ: ପୌର ନିର୍ବାଚନ ସରିବାକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ଅନୁଗୁଳ ପୌରପରିଷଦର ୧୯ ନ˚ ୱାର୍ଡ ବିଜେଡି ପ୍ରାର୍ଥୀ ବଳରାମ ଜେନାଙ୍କ ପ୍ରତି ଭୋଟରଙ୍କ ଅଧିକ ଶ୍ରଦ୍ଧା ଓ ଜନସମର୍ଥନ ଦେଖିବାକୁ ମିଳୁଛି। ୧୯ ନ˚ ଵାର୍ଡରେ ଭୋଟରଙ୍କ ସ˚ଖ୍ୟା ୨୦୫୦। ଧୋବା, ମୋଚି ଏବ˚ ଦଳିତ ଜାତିର ଲୋକ ଏଠି ବେଶି ଅଛନ୍ତି। ଏହି ୱାର୍ଡର ସମସ୍ୟା ଅନେକ। ଡ୍ରେନ୍‌, ପିଇବା ପାଣି, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଏଠିକାର ବାସିନ୍ଦା ହନ୍ତସନ୍ତ। ଏଠାରୁ ଶଙ୍ଖ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବଳରାମ ଜେନା ଯୁବ ବିଜେଡିର ଜଣେ ଟାଣୁଆ ନେତା ଭାବେ ସୁପରିଚିତ। ୧୯ ନ˚ ୱାର୍ଡର ସମସ୍ୟାକୁ ଦୂର କରିବା ସହ ଏହାକୁ ପରିଷଦର ସବୁଠୁ ସମୃଦ୍ଧ ୱାର୍ଡରେ ପରିଣତ କରିବା ପାଇଁ ସେ ସ୍ବପ୍ନ ଦେଖୁଥିବା ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଚାରକୁ ସେ ଜୋର‌୍‌ଦାର‌୍‌ କରିଛନ୍ତି। ନବୀନଙ୍କ ଭରସା, ସ୍ବଚ୍ଛ ଶାସନ ଏବ˚ ନିଜର ଲୋକ ସମ୍ପର୍କ ଯୋଗୁଁ ବଳରାମ ଜେନା ଅନ୍ୟ ପ୍ରାର୍ଥୀଙ୍କୁ ଧୂଳି ଚଟାଇବେ ବୋଲି ତାଙ୍କ ସମର୍ଥକମାନେ ଦାବି କରୁଛନ୍ତି। ସେ ବିଜୟୀ ହେଲେ ୧୯ ନ˚ ଵାର୍ଡରେ ଏକ ଶିଶୁ ଉଦ୍ୟାନ ଓ ମୁକ୍ତ ବ୍ୟାୟାମ ଶାଳା ଖୋଲିବା ସହ ପରିମଳ ବ୍ୟବସ୍ଥାକୁ ସଜାଡ଼ିବେ ବୋଲି ବଳରାମ ଜେନା ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply