ରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ, କେହି ମୃତାହତ ହୋଇନଥିବା ସୂଚନା

You are currently viewing ରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: ରାସ୍ତା ମଝିରେ ବାଉଁଶ ବୋଝେଇ ଭ୍ୟାନରୁ ଖସିଗଲା ବାଉଁଶ। ସୌଭାଗ୍ୟବଶତଃ ସେହି ସମୟରେ କେହି ଯାତାୟାତ କରୁ ନ ଥିବାରୁ ଆଜି ଏକ ବଡ଼ ବିପଦ ଟଳି ଯାଇଛି।

ସୂଚନା ମୁତାବକ, ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଏକ ବାଉଁଶ ବୋଝେଇ ଗାଡ଼ିରୁ ବାଉଁଶ ରାସ୍ତା ଉପରେ ଖସି ପଡ଼ିଥିଲା। ତେବେ ଉକ୍ତ ସମୟରେ କୌଣସି ଯାତ୍ରୀ ରାସ୍ତାରେ ଯାତାୟାତ କରୁନଥିବାରୁ ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ତେବେ ଏହି ବାଉଁଶ ବୋଝେଇ ଗାଡ଼ି କୁଆଡ଼େ ଯାଉଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Share

Leave a Reply