ଅନୁଗୁଳ: କୁଇଓ ତାଳତୈଳା ସ୍ଥିତ ଲିଟିଲ୍ ହାର୍ଟସ ଟଡ଼ଲରସ୍ ଏକାଡେମୀରେ ଶୁକ୍ରବାର ବନ ମହୋତ୍ସବ ଆୟୋଜିତ ହୋଇଯାଇଛି।
ବିଦ୍ୟାଳୟ ପରିଚାଳନା କମିଟି ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଯୋଶୀ ଏହି ସମାରୋହକୁ ଉଦଘାଟନ କରିବାସହ ବନ ମହୋତ୍ସବ ତଥା ବୃକ୍ଷ ରୋପଣର ମହତ୍ତ୍ଵ ଉପରେ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ। ପିଲାମାନେ ବୃକ୍ଷ ରୋପଣ କରି ଏହାର ସୁରକ୍ଷା ନେଇ ଶପଥ ପାଠ କରିଥିଲେ। ଏହାପରେ ବନ ମହୋତ୍ସବ ଉପରେ ଛାତ୍ର ଛାତ୍ରୀ ମାନେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କଳିଙ୍ଗ ରୁଦ୍ର ପଣ୍ଡା ଙ୍କପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସମାରୋହରେ ଶିକ୍ଷୟିତ୍ରୀ ସୌମ୍ୟା ପଣ୍ଡା ସଂଯୋଜନା କରିଥିଲେ।ଶେଷରେ ଉପାଧ୍ୟକ୍ଷ ଅଜୟ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଲିଟିଲ୍ ହାର୍ଟସ ସ୍କୁଲରେ ବନ ମହୋତ୍ସବ
