ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୮୨୯ ଟି ମାମଲାର ଫଇସଲା କରାଯାଇଥିଲା। ସେଥିମଧ୍ୟରୁ ୭ ଟି ମୋଟରଯାନ ଦୁର୍ଘଟଣାଜନିତ ମାମଲାର ଫଇସଲା କରାଯାଇ ୭୧ ଲକ୍ଷ ୮୪ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଥିଲା। ସେହିଭଳି ୧୮ ଟି ଚେକ ବାଉନ୍ସ ମାମଲାର ବିଚାର କରାଯାଇ ୩୯ ଲକ୍ଷ ୬୮ ହଜାର ୪୩୩ ଟଙ୍କାରେ ସମାଧାନ କରାଯାଇଥିଲା। ୭ ଟି ପାରିବାରିକ ବିବାଦ ମାମଲା, ୮ ଟି ଖାଉଟି ବିବାଦ ସମ୍ପର୍କିତ ମାମଲାର ବିଚାର କରାଯାଇ ୧ ଲକ୍ଷ ୬୦ ହଜାର ଟଙ୍କାରେ ସମାଧାନ କରାଯାଇଥିଲା। ଏଥିରେ ୭୮୫ ଟି ରାଜସ୍ବ ମାମଲା ଇତ୍ୟାଦିର ଫଇସଲା କରାଯାଇଥିଲା।
ଲୋକ ଅଦାଲତରେ ତାଳଚେର, ଆଠମଲିକ,ପାଳଲହଡ଼ା ଓ ବଅଁରପାଳରେ ଥିବା ଅଦାଲତ, ଅନୁଗୁଳ ଜିଲ୍ଲାର ବିଭିନ୍ନ ତହସିଲ ଅଂଶ ଗ୍ରହଣ କରିଥିଲେ। ଅନୁଗୁଳ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଣବ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ।