ଅନୁଗୁଳ: ଅନୁଗୁଳ ଜିଲ୍ଲା ହେମସୁରପଡା ସ୍ଥିତ ୟୁନାଇଟେଡ଼ ୟୁଥ କ୍ଲବ ପ୍ରାଙ୍ଗଣରେ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହେଇଛି। ଗତ ତିନି ଦିନ ଧରି ଚାଲିଥିବା ଏହି ଅଷ୍ଟ ପ୍ରହରୀର ପ୍ରଥମ ଦିନ କଳସ ଯାତ୍ରା ଏବଂ ଅଧିବାସ ପୂଜା ହୋଇଥିଲା। ଦ୍ଵିତୀୟ ଦିନ ଅହୋରାତ୍ର ନାମ ସଂକୀର୍ତ୍ତନ ହୋଇଥିବା ବେଳେ ଶେଷ ଦିନ ନଗର ସଂକୀର୍ତ୍ତନ ହୋଇଛି। ଏହି ନାମ ସଂକୀର୍ତ୍ତନରେ ବିଭିନ୍ନ ଅଞ୍ଚଳରୁ ୩୦ ଟି ସଂକୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିଥିଲେ। ଅଷ୍ଟପ୍ରହରୀରେ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ଲାଭ କରିଥିଲେ। ଶେଷରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।
ହେମସୁରପଡାରେ ଅଷ୍ଟ ପ୍ରହରୀ ଆୟୋଜିତ, ପ୍ରଭୁ କୃପା ଲାଭ କଲେ ହଜାର ହଜାର ଶ୍ରଦ୍ଧାଳୁ
- Post published:February 13, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul