ପାଳଲହଡ଼ା ମେଡିକାଲରେ ଖାଲି ପଦବୀ ପୂରଣ ଦାବି: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

You are currently viewing ପାଳଲହଡ଼ା ମେଡିକାଲରେ ଖାଲି ପଦବୀ ପୂରଣ ଦାବି: ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ଡାକ୍ତର, ନର୍ସିଂ ଅଫିସର ଓ ଅନ୍ୟାନ୍ୟ ପଦବୀ ତୁରନ୍ତ ପୂରଣ ଦାବିରେ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟିଛନ୍ତି ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି।
ବିଧାୟକ ମହାନ୍ତି ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଡାକ୍ତରଙ୍କ ସମେତ ନର୍ସିଂ ଅଫିସର ଓ ଅନ୍ୟାନ୍ୟ ମାନବସମ୍ବଳର ଅଭାବ ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ପାଳଲହଡ଼ା ସମେତ ତେଲକୋଇ, ବାରକୋଟ ଓ ଦେବଗଡ଼ ଅଞ୍ଚଳର ଅନେକ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବାରୁ ଖାଲି ପଦବୀ ଯୋଗୁଁ ଚିକିତ୍ସାସେବା ପ୍ରଭାବିତ ହେଉଥିବା ସେ ଜଣାଇଥିଲେ। ଲୋକଙ୍କୁ ଉନ୍ନତ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଖାଲି ପଦବୀଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବାକୁ ବିଧାୟକ ଦାବି କରିଥିଲେ।
ମନ୍ତ୍ରୀ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ଖାଲି ପଦବୀ ପୂରଣ ଦିଗରେ ଶୀଘ୍ର ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିବା ବିଧାୟକ ପ୍ରକାଶ କରିଛନ୍ତି।

Share

Leave a Reply