ହେମସୁର ପଡା ଦୁର୍ଗାପୂଜା ପାଇଁ ସୁନିଆ ପୂଜା ଅନୁଷ୍ଠିତ

You are currently viewing ହେମସୁର ପଡା ଦୁର୍ଗାପୂଜା ପାଇଁ ସୁନିଆ ପୂଜା ଅନୁଷ୍ଠିତ

ଅନୁଗୋଳ: ଆଜି ହେମସୁର ପଡା ଦୁର୍ଗା ପୂଜା କମିଟି ପକ୍ଷରୁ ଦୁର୍ଗାପୂଜା ପାଇଁ ସୁନିଆ ପୂଜା ଅନୁଷ୍ଠିତ ହୋଇଯାଇଛି। ଉତ୍ତରପଡା ସ୍କୁଲ ପାଖରେ ସକାଳ ୯ ଘଟିକା ସମୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ପୂଜା ପାଇଁ ମାଟି ଅଣାଯାଇଥିଲା। ଏହି ପୂଜାରେ କର୍ତ୍ତା ଭାବେ ସୁମନ୍ତ କୁମାର ଜେନା ଓ ମଧୁସ୍ମିତା ଜେନା ବସିଥିଲେ। ଏହି କାର୍ଯ୍ୟକ୍ରମରେ କର୍ତ୍ତା, ପୁରୋହିତ ଏବଂ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଭାପତି ଅମରେଶ ଚନ୍ଦ୍ର ସ୍ବାଇଁ, ସମ୍ପାଦକ ଶାନ୍ତନୁ କୁମାର ସ୍ବାଇଁଙ୍କ ସମେତ ରାମଚନ୍ଦ୍ର ଜେନା, ସୁଶାନ୍ତ କୁମାର ଜେନା, ସଞ୍ଜୟ ସାହୁ, ଅଶ୍ବିନୀ ଦଳବେହେରା, ମାନସ ସାହୁ, ରାକେଶ କୁମାର ଭୁତିଆ, ସଞ୍ଜୟ କୁମାର ରାଉତ ଏବଂ ସାହିର ଲୋକମାନେ ଉପସ୍ଥିତ ଥିଲେ।

Share

Leave a Reply