ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଅସନ୍ତୋଷ, ତାଲା ପକାଇବାକୁ ଚେତାବନୀ

You are currently viewing ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଅସନ୍ତୋଷ, ତାଲା ପକାଇବାକୁ ଚେତାବନୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପାଇକସାହିସ୍ଥିତ ପିଏମ୍‌ଶ୍ରୀ ରାଧାମାଧବ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୁଣ୍ଡିଚାରାଣୀ ଖୁଣ୍ଟିଆଙ୍କ ଅଚାନକ ବଦଳିକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଶିକ୍ଷା ବିଭାଗର ଚିଠି ନମ୍ବର ୨୩୬୭୮, ତା୨୩/୯/୨୦୨୬ ଅନୁସାରେ ତାଙ୍କୁ ବଡ଼କେରେଜେଙ୍ଗ ହାଇସ୍କୁଲକୁ ବଦଳି କରାଯାଇଛି।

ଗୁଣ୍ଡିଚାରାଣୀ ଗତ ଜୁନ୍‌ ୧୧ରେ ପାଇକସାହି ବିଦ୍ୟାଳୟରେ ଦାୟିତ୍ୱ ନେଇଥିଲେ। ମାତ୍ର ତିନି ମାସ ପରେ ବଦଳିକୁ ଗ୍ରାମବାସୀ ବିରୋଧ କରିଛନ୍ତି। ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀରେ ୪୯୩ ଜଣ ଛାତ୍ରଛାତ୍ରୀ ପଢୁଥିବାବେଳେ ଶିକ୍ଷକ ଓ କିରାଣି ପଦ ଖାଲି ରହିଛି। ବଦଳି ବାତିଲ ଦାବିରେ ସରପଞ୍ଚ ନିରୋଜକାନ୍ତ ସାହୁ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ଦାବିପତ୍ର ଦେଇଛନ୍ତି। ଦାବି ପୂରଣ ନହେଲେ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ବୋଲି କୁହାଯାଇଛି।

Share

Leave a Reply