ଘରେ ପଶି ଖୁଡ଼ି-ଝିଆରୀଙ୍କ ବେକରେ ଛୁରୀ ଲଗାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟ୍

You are currently viewing ଘରେ ପଶି ଖୁଡ଼ି-ଝିଆରୀଙ୍କ ବେକରେ ଛୁରୀ ଲଗାଇ ଲକ୍ଷାଧିକ ଟଙ୍କା ସହ ସୁନା ଲୁଟ୍

ଅନୁଗୁଳ: ଛୁରୀ ଲଗାଇ ଖୁଡ଼ି ଓ ଝିଆରୀଙ୍କ ଠାରୁ ଟଙ୍କା, ସୁନା ଲୁଟ। ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ସନ୍ଧ୍ୟାରେ ଏଭଳି ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଖୁଡ଼ି, ଝିଆରୀ, ଦୁଇ ଛୁଆଙ୍କୁ ନେଇ ଘରେ ଥିଲେ। ଏହି ସମୟରେ ପ୍ରାୟ ୫-୬ ଜଣ ଘରେ ପଶି ଭିତରୁ କବାଟ ବନ୍ଦ କରି ଖୁଡ଼ି ମୁହଁରେ ଟେପ୍ ବାନ୍ଧି ହାତକୁ ବାନ୍ଧି ପିଟିଥିଲେ। ଝିଆରୀ ବିରୋଧ କରିବାରୁ ତା ବେକରେ ମଧ୍ୟ ଛୁରୀ ଲଗାଇ ଛୁଆଙ୍କୁ ହତ୍ୟା ଧମକ ଦେଇଥିଲେ। ଏହା ପରେ ଘରେ ଥିବା ନଗଦ ୪ ଲକ୍ଷ ଟଙ୍କା ଓ ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ।

ଏନେଇ ପରିବାର ପକ୍ଷରୁ ଗାଁରେ ଜଣାଇବା ପରେ ଗ୍ରାମବାସୀ ଥାନାକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେଅତିରିକ୍ତ ଏସପି ଭର୍ଷିତା ଆଡେପୁ, ଏସଡିପିଓ ରମାକାନ୍ତ ମହାଳିକ, ଥାନା ଅଧିକାରୀ ଦୁଷ୍ମନ୍ତ କୁମାର ସିଂହ, ଏସଆଇ ଅମିତ୍ ମିଶ୍ର, ଏଏସଆଇ ଜେକେ ସାଏ, ଏଏସ୍ଆଇ ବିଜୟଲକ୍ଷ୍ମୀ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share

Leave a Reply