ଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

You are currently viewing ଘରେ ଛାଡ଼ିଦେବାକୁ କହି ଯୁବତୀଙ୍କୁ ଗଣଦୁଷ୍କର୍ମ, ବନ୍ଧା ହେଲେ ୨ ଅଭିଯୁକ୍ତ

ଅନୁଗୁଳ: ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ତାଳଚେର ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ବୟ ହେଲେ ତାଳଚେର ଖୋଲୁଆ ଅଞ୍ଚଳର ରାମଚନ୍ଦ୍ର ସାହୁ ଓ ବଅଁରପାଳ ଥାନା ଅଞ୍ଚଳର ବଳରାମ ସାହୁ। ତାଳଚେର ଉପକଣ୍ଠରେ ପୀଡ଼ିତା (୨୪)ଙ୍କ ଘର ବୋଲି ଜଣାଯାଇଛି।

ପୁଲିସ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଯୁବତୀ ଜଣକ ବଜାରକୁ ଫାଷ୍ଟଫୁଡ୍ ଖାଇବାକୁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତ ରାମଚନ୍ଦ୍ର ନିଜ ଅଟୋରେ ତାଙ୍କୁ ଘରେ ଛାଡିଦେବାକୁ କହିଥିଲା। ଏଣୁ ଯୁବତୀ ତାଙ୍କ ଅଟୋରେ ବସିଥିଲେ। କିନ୍ତୁ ରାମଚନ୍ଦ୍ର ତାଙ୍କୁ ଘରକୁ ନେବା ବଦଳରେ ଟ୍ରେନ୍‌ ଲାଇନ୍ କଡକୁ ନେଇଯାଇଥିଲେ। ରାସ୍ତାରେ ବନ୍ଧୁ ବଳରାମକୁ ବି ଫୋନ୍ କରି ଯୋଜନା ବିଷୟରେ କହିଥିଲେ। ଯୁବତୀଙ୍କ ହାତଗୋଡ଼ ବାନ୍ଧି ଉଭୟେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ଯୁବତୀ କୌଣସି ମତେ ସେଠାରୁ ଖସି ଆସି ତାଳଚେର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ କରିବା ପରେ ମାମଲା ରୁଜୁ କରିଥିଲା। ବହୁ ଖୋଜା ଖୋଜି ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଶନିବାର ଦିନ ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply