ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଟିଉସନ ଶିକ୍ଷକଙ୍କୁ ଗିରଫକରିଛି। ସୂଚନା ଯେ, ନାଲକୋ ଟାଉନସିପ୍ରେ ଭଡ଼ାରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୪୬) ନାମକ ଜଣେ ଟିଉସନ ଶିକ୍ଷକ ବୁଧବାର ସକାଳେ ଜଣେ ୬ଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ଟିଉସନ କରିବାକୁ ଯାଇ ଅସଦ୍ ବ୍ୟବହାର କରିଥିଲେ। ଛାତ୍ରୀଙ୍କ ମା’ ଘରେ ଅନ୍ୟ କାମରେ ବ୍ୟସ୍ତ ଥିବାର ସୁଯୋଗ ନେଇ ଶିକ୍ଷକ ଏଭଳି କାର୍ଯ୍ୟ କରିଥିଲେ। ପରେ ଭୟରେ ଛାତ୍ରୀ ଜଣକ ଘରେ କାହାକୁ କହିନଥିଲେ। ତେବେ ଗୁରୁବାର ଟିଉସନ ଶିକ୍ଷକ ଆସିବାରୁ ଛାତ୍ରୀ ଜଣକ ଟିଉସନ ହେବିନାହିଁ ବୋଲି ତାଙ୍କ ମା’ଙ୍କୁ ମନାକରି କାନ୍ଦିଥିଲେ। କାରଣ ପଚାରିବାରୁ ଛାତ୍ରୀ ସମସ୍ତ ଘଟଣା ମା’ଙ୍କୁ କହିଥିଲେ। ଏହାପରେ ଛାତ୍ରୀଙ୍କ ମା’ ଗୁରୁବାର ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଥାନା କେସ ନଂ ୭୫/୨୨ରେ ଦଫା ୩୫୪(ବି) ଓ ପକ୍ସୋ ଆଇନର ଧାରା ୧୦ରେ ମାମଲା ରୁଜୁକରି ଟିଉସନ ଶିକ୍ଷକ ପ୍ରାଶାନ୍ତଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି।
ବନ୍ଧାହେଲେ ରଶିକିଆ ଟିଉସନ୍ ମାଷ୍ଟର
- Post published:March 26, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
