ଅନୁଗୁଳ: ଟଙ୍କା ମାଗିବାରୁ ବ୍ୟାଙ୍କ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମକୁ ଏକ ପ୍ରାଇଭେଟ ବ୍ୟାଙ୍କ କର୍ମଚାରୀ ଟଙ୍କା ମାଗିବାକୁ ଆସିଥିଲେ। କିନ୍ତୁ ଗାଁର କିଛି ଲୋକ ତାଙ୍କୁ ମରଣାନ୍ତକ ଆକ୍ରମଣ ସହ ନିସ୍ତୁକ ମାଡ ମାରିଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ତୁଳସୀ ପାଳ ଗ୍ରାମର ନିର୍ମଳ ବିଶ୍ୱାଳଙ୍କ ପୁଅ ବିନମୟ ବିଶ୍ୱାଳ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡ ମଧ୍ୟରେ ୩ ଲକ୍ଷ ୭୫ ହଜାର ଟଙ୍କା ୠଣ କରିଥିଲେ। ଏହି ଟଙ୍କା ମାଗିବାକୁ ରାଉରକେଲା ସିଭିଲ ଟାଉନ୍ ସିପ୍ ରୁ ବ୍ୟାଙ୍କ ଅଧିକାରୀ ରମାକାନ୍ତ ରଥଙ୍କ ସହ ପ୍ରମୋଦ କୁମାର ସାହୁ, ଦିବ୍ୟଜ୍ୟୋତି ସାମଲ ଓ ସନ୍ତୋଷ କୁମାର ବେହେରା ୨୧ ତାରିଖରୁ ନିଜ କାର ଯୋଗେ ତୁଳସୀ ପାଳ ଆସିଥିଲେ। କିନ୍ତୁ ଟଙ୍କା ମାଗିବାରୁ ସେ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଠେଙ୍ଗାରେ ବ୍ୟାଙ୍କ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିରେ ବ୍ୟାଙ୍କ ଅଧିକାରୀ ରମାକାନ୍ତ ରଥ ଆହତ ହୋଇ ବଅଁରପାଳ ଡାକ୍ତର ଖାନାରେ ଚିକିତ୍ସା ହୋଇଥିଲେ। ଏନେଇ ବଅଁରପାଳ ଥାନାରେ ଅଭିଯୋଗ ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି।