ବାରାହା ମାଂସ ଜବତ, ୩ ଗିରଫ

You are currently viewing ବାରାହା  ମାଂସ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନବିଭାଗ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଶୁକ୍ରବାର ବିଳମ୍ବିତ ରାତିରେ କଣଲୋଇ ଗାଁର ଦୁଶାସନ ଦେହୁରୀଙ୍କ ଘରେ ଚଢାଉ କରି ଚମଡ଼ା ଲଗା ବାରାହା ମାଂସ ଜବତ କରିଛି ଏଥିସହ ଦୁଶାସନକୁ ଅଟକ ରଖି ବନବିଭାଗ ପଚରାଉଚାରା କରିଥିଲା। ବାରାହା ଶିକାର ଏକାଧିକ ବ୍ୟକ୍ତିଙ୍କ ସଂପୃକ୍ତି ଥିବା ଜଣାପଡିବା ପରେ ବନବିଭାଗ ୪ ଜଣ ଯୁବକକୁ ଅଟକ ରଖି ପଚରାଉଚୁରା କରିଥିଲା। ଅନୁଗୁଳ ଏସିଏଫ ରଞ୍ଜନ କୁମାର ବେହେରା ଓ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ତଦନ୍ତ କରି ଜଣିବାକୁ ପାଇଲେ ଯେ, କଣଲୋଇ ଗାଁର ଘାସିରାମ ସାହୁ ଜଙ୍ଗଲରୁ ବାରାହା ଶିକାର କରିବା ପରେ ଗାଁର ଦୁଶାସନ ଦେହୁରୀ, ମଙ୍ଗୁଳୁ ମାଝିଙ୍କୁ ଦେଇଥିଲେ। ତେଣୁ ପୁଲିସ ଘାସିରାମ, ଦୁଶାସନ ଓ ମଙ୍ଗୁଳୁଙ୍କ ନାମରେ ମାମଲା ରୁଜକରି ଶନିବାର କୋର୍ଟ ଚାଲାଣ କରିଛି।

Share

Leave a Reply