ଭାଲୁ ଆକ୍ରମଣରେ ଜଣେ ଗୁରୁତର

You are currently viewing ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ: ଆଜି ଭାଲୁ ଆକ୍ରମଣରେ ସ୍ଥାନୀୟ କଣିହାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗାଁର ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ସଂସାର ନାଏକ (୩୩)।

ସୂଚନା ଅନୁସାରେ ଆଜି ସକାଳେ କଣିହାଁର ଖୋଲା ଖଣିରେ ଠିକା ଡ୍ରାଇଭର ଭାବେ କାମ କରୁଥିବା ସଂସାର ନାଏକ ଡ୍ୟୁଟିକୁ ଯିବା ସମୟରେ ଦୁଇଟି ଭାଲୁ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଲୋକେ ପହଞ୍ଚିବାରୁ ଭାଲୁ ଜଙ୍ଗଲକୁ ପଳେଇଥିଲେ। ସ୍ଥାନୀୟ ଲୋକେ ସଂସାରଙ୍କୁ କଣିହାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି।

Share

Leave a Reply