୧୫ ହଜାର ମହିଳାଙ୍କୁ ଦିଆଯିବ ବିୟୁଟି ଓ ୱେଲନେସ୍ ଟ୍ରେନିଂ

You are currently viewing ୧୫ ହଜାର ମହିଳାଙ୍କୁ ଦିଆଯିବ ବିୟୁଟି ଓ ୱେଲନେସ୍ ଟ୍ରେନିଂ

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତ ଆର୍ କାର୍ତ୍ତିକେୟନ୍ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ କହିଛନ୍ତି, ମହିଳାମାନଙ୍କୁ ଉଦ୍ୟୋଗୀ କରିପାରିବା ଦିଗରେ ମିଶନ ଶକ୍ତି କାର୍ଯ୍ୟ କରୁଛି । ପଞ୍ଚାୟତ ସ୍ତରରୁ ମହିଳାଙ୍କ ଉନ୍ନତିରେ ସହାୟକ ହେବା ପାଇଁ ପ୍ରତ୍ୟେକ ଜିଲ୍ଲା ଫେଡେରେସନକୁ ପାଣ୍ଠି ଯୋଗାଇ ଦିଆଯିବ। ୧୫ ହଜାର ମହିଳାଙ୍କୁ ଦିଆଯିବ ବିୟୁଟି ଓ ୱେଲନେସ୍ ଟ୍ରେନିଂ।

ବିୟୁଟି ପାଇଁ ୧୦ ହଜାର ମହିଳାଙ୍କୁ ଟ୍ରେନିଂ ଦିଆଯିବ। କେଶସଜ୍ଜା ପାଇଁ
ଟ୍ରେନିଂ ଦିଆଯିବ ୫ ହଜାର ମହିଳାଙ୍କୁ। ଯେଉଁମାନେ ଘରେ ରହି ମଧ୍ୟ ଏଭଳି ସେବା ଯୋଗାଇ ଦେବାକୁ ଚାହିଁବେ ସେମାନଙ୍କୁ ଲୋନ ଯୋଗାଇ ଦିଆଯିବ। ସୁନ୍ଦରତା ସହ ସ୍ୱାସ୍ଥ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ତେଣୁ ୱେଲନେସ ଟ୍ରେନିଂରେ ଯୋଗ ଶିକ୍ଷା ଦିଆଯିବା। ଏହା ସହିତ ସୁସ୍ଥ ରହିବାକୁ ବିଭିନ୍ନ ପ୍ରକାର ଅର୍ଗାନିକ ସାମଗ୍ରୀ ବ୍ୟବହାରର ଶିକ୍ଷା ପ୍ରଦାନ କରାଯିବ। ରାଜ୍ୟର ୫ ଜିଲ୍ଲାରୁ ପ୍ରଥମେ ଆରମ୍ଭ ହେବ ଏହି ପ୍ରକ୍ରିୟା। ଏଥିପାଇଁ ୧୬୦ ଘଣ୍ଟାର କୋର୍ସ ବ୍ୟବସ୍ଥା ରହିବ।

Share

Leave a Reply