ମଧୁବାବୁଙ୍କ ସ୍ମାରକୀ ନିର୍ମାଣ ବୈଠକରେ ଯୋଗଦେଲେ କ୍ରିଷ୍ଣା ମହାନ୍ତି

You are currently viewing ମଧୁବାବୁଙ୍କ ସ୍ମାରକୀ ନିର୍ମାଣ ବୈଠକରେ ଯୋଗଦେଲେ କ୍ରିଷ୍ଣା ମହାନ୍ତି

ଅନୁଗୁଳ: ଅନେକ ହୁଏତ ଜାଣନ୍ତି ନାହିଁ ନାହିଁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମ୍ପର୍କୀୟ ତଥା ତାଙ୍କ ବଂଶର ଶେଷ ଦାୟାଦ ଭାବେ କର୍ମତତ୍ପର ଅଛନ୍ତି କ୍ରିଷ୍ଣା ମହାନ୍ତି। ନିକଟରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ମଧୁବାବୁଙ୍କ ଜନ୍ମପୀଠର ଉନ୍ନତି ଓ ସ୍ମାରକୀର ନିର୍ମାଣ ପାଇଁ ଏହି ବୈଠକରେ ସବିଶେଷ ଆଲୋଚନା ହୋଇଥିଲା। ୨୦ କୋଟି ଟଙ୍କା ବ୍ୟୟରେ ଓବିସିସି ପକ୍ଷରୁ ଏହି ନିର୍ମାଣ କାମ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ମଧୁବାବୁଙ୍କ ଘରର ଉନ୍ନତିକରଣ ସହ ସଭାକକ୍ଷ, ଅଭ୍ୟର୍ଥନା ଗୃହ, ଦୃଶ୍ୟଶ୍ରାବ୍ୟ ଗୃହ, ମିଉଜିୟମ ଆଦି ନିର୍ମାଣ କରାଯିବ।ଉକ୍ତ ବୈଠକରେ କଟକ ସାଂସଦ ଭର୍ତୃହରି ମହତାବ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ, ଉତ୍କକ ଗାନ୍ଧୀ ସ୍ମାରକ ନିଧି ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ଟ୍ରଷ୍ଟି ଡା ବିଶ୍ୱଜିତ, ମଧୁପୀଠ ଉନ୍ନୟନ କମିଟି ମୁଖ୍ୟ ଜଷ୍ଟିସ ମନୋରଞ୍ଜନ ମହାନ୍ତି, ରାଷ୍ଟ୍ରୀୟ ଯୁବା ସଂଗଠନ ପ୍ରତିନିଧି  ସୂର୍ଯ୍ୟ ନାରାୟଣ ନାଥ ଓ ଅନ୍ୟ ବହୁ ଗଣମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Share

Leave a Reply