ଅଗଷ୍ଟ ୯ରେ ବିୟୁଟି ପାର୍ଲର ସଂଘର ବିକ୍ଷୋଭ

You are currently viewing ଅଗଷ୍ଟ ୯ରେ ବିୟୁଟି ପାର୍ଲର ସଂଘର ବିକ୍ଷୋଭ

ଅନୁଗୁଳ: କରୋନା ଲକଡାଉନ୍ ଓ ସଟଡାଉନ୍ ରେ ପ୍ରଭାବିତ ବିୟୁଟିପାର୍ଲର ମାଲିକ ଓ କର୍ମଚାରୀ ଆସନ୍ତା ଅଗଷ୍ଟ ୯ ତାରିଖରେ ବିକ୍ଷୋଭ କରିବାକୁ ସ୍ଥିର କରିଛନ୍ତି। କରୋନା ପ୍ୟାକେଜ ଦାବି କରି ବିୟୁଟି ପାର୍ଲର ସଂଘର ଏକ ପ୍ରସ୍ତୁତି ବୈଠକ ଅମଲାପଡ଼ା ଜୟଦୁର୍ଗା କ୍ଲବ୍‌ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ନିବେଦିତା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନବନିର୍ମାଣ କୃଷକ ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ବରିଷ୍ଠ ସଦସ୍ୟ ଜରିନା ଆଲାଉଦ୍ଦିନ୍ ଓ ବୈଜୟନ୍ତୀ ମିଶ୍ର ବକ୍ତବ୍ୟ ରଖି ପାର୍ଲରକୁ ବାରମ୍ବାର ବନ୍ଦ ନକରିବାକୁ ନିବେଦନ କରିଥିଲେ। ଅଳକାରାଣୀ ମହାପାତ୍ର, ଗୀତାଞ୍ଜଳି ପ୍ରଧାନ, ସଙ୍ଗୀତା ସାହୁ ପ୍ରମୁଖ ପାର୍ଲର ବନ୍ଦ ସମୟରେ ଘରଭଡ଼ା, ଋଣ ଇଏମ୍ଆଇ, କର୍ମଚାରୀଙ୍କ ଦରମାର ଚାପ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅପସରା ପାଲ୍, ଲୁସିନା ପାତ୍ର, ନନ୍ଦିନୀ ଜିତ୍, ବୀଣା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply