ବେଡାଶାସନ କପ୍ ଉଦଯାପିତ, ଛେଳିଆପଡା ୨୦୨୩ ବିଜେତା

You are currently viewing ବେଡାଶାସନ କପ୍ ଉଦଯାପିତ, ଛେଳିଆପଡା ୨୦୨୩ ବିଜେତା

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବେଡା ପଞ୍ଚାୟତରେ ମା ମଙ୍ଗଳା କିକ୍ରେଟ୍ କ୍ଳବ ଦ୍ବାରା ଆୟୋଜିତ ମା ମଙ୍ଗଳା କ୍ରିକେଟ କପ୍ ୨୦୨୩ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଉଦଜାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନିୟ ଜଳ ବିଭାଗ (ବସୁଧା) ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଯୋଗଦାନ ଦେଇ ପୁରସ୍କାର ବିତରଣ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ନାନିତ ଅତିଥି ଭାବେ ସ୍ଥାନିୟ ସରପଞ୍ଚ ନିରୁପମା ସାହୁ,ବିଜେଡି ନେତା କୃପାସିନ୍ଧୁ ସାହୁ, ସୁଶିଳ ବିଶ୍ବାଳ,ଗଗନ ବାରିକ୍ ଯୋଗଦେଇଥିଲେ । ଆଜିର ଫାଇନାଲ ମ୍ୟାଚ ଛେଳିଆପଡା ଓ ବନ୍ତଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲରେ ୩ଟି ମ୍ୟାଚ ଖେଳାଯାଇଥିଲା। ଛେଳିଆପଡା ଦଳ ୨ଟି ମ୍ୟାଚ୍ ଜିତି ଚମ୍ପିୟାନ୍ ହୋଇଥିଲା ।

ଏହି ଟୁର୍ଣାମେଣ୍ଟରେ ଗଣେଶ୍ୱର ସାହୁ, ରମାକାନ୍ତ ସାହୁ, ନୃସିଂହ ଚରଣ ଦୀବେଦି, ଅଜୟ ସାହୁ , ସୁଦୀପ୍ତ ଦୀବେଦି, ରାଜା ବିଶ୍ୱାଳ,ସୌମେନ୍ଦ୍ର ଦିବେଦୀ, କାର୍ତିକ ବିଶ୍ୱାଳ , ଚିନ୍ମୟ ସାହୁ ଓ ମା ମଙ୍ଗଳା କ୍ରିକେଟ କ୍ଲବର କର୍ମକର୍ତ୍ତା ମାନେ ସାମିଲ ଥିଲେ।

Share

Leave a Reply