ଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

You are currently viewing ଆଜି ଠାରୁ ଆରମ୍ଭ ହେଉଛି “ଭାଗବତ ସପ୍ତାହ”: ୭ ଦିନ ବ୍ୟାପି ଭାଗବତ ପଠନ ଏବଂ ପାରାୟଣ

ଅନୁଗୁଳ: ତାଳନବମୀ ଠାରୁ ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ ୭ ଦିନ ବ୍ୟାପି ଅନୁଷ୍ଠିତ ହେଉଛି ଭାଗବତ ସପ୍ତାହ। ଆଜି ଠାରୁ ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠ ମନ୍ଦିରରେ ଭାଗବତ ସପ୍ତାହ ପାଳିନ ହେଉଅଛି। ଗତ କାଲି ଅଧିବାସ କର୍ମ ସାରିଥିବା ବେଳେ ଆଜି ବଡିଭୋରୁ ସୂର୍ଯ୍ୟପୂଜା ସରିବା ପରେ ଭାଗବତ ପାଠ ଆରମ୍ଭ ହୋଇଥିଲା। ହୋମ କର୍ମ ସରିବା ପରେ ସନ୍ଧ୍ୟାରେ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତିଦିନ ଭାଗବତ ଉପରେ ଚର୍ଚ୍ଚା ଆଲୋଚନା ହେବା ସହ ପାଠ କରାଯିବ।

ଆସନ୍ତା ପୂର୍ଣ୍ଣିମାରେ ଭାଗବତଙ୍କ ଜନ୍ମଦିନ ପାଳନ ହେବାକୁ ଯାଉଛି।  ଭଗବାନ କୃଷ୍ଣ ଦ୍ୱିପାୟନ ବ୍ୟାସଙ୍କ ଦ୍ଵାରା ବିରଚିତ ଗଣେଶଙ୍କ ଦ୍ଵାରା ଲିଖିତ ଭାଗବତ ଶାସ୍ତ୍ର ହିନ୍ଦୁ ମାନଙ୍କର ଏକ ପବିତ୍ର ଗ୍ରନ୍ଥ ହୋଇଥିବା ବେଳେ ବେସ ଯାକଜମକ ଜନ୍ମୋତ୍ସବକୁ ପାଳନ କରିବାକୁ ପ୍ରସ୍ତୁତି ଚାଲିଛି।

Share

Leave a Reply