ଅନୁଗୁଳ: ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ପ୍ଲାଣ୍ଟ ପରିସରରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏଥିପାଇଁ ପ୍ଲାଣ୍ଟ ପରିସରରେ ପ୍ଲେଟ୍ ମିଲ ଅଞ୍ଚଳରେ ଏକ ସ୍ବତନ୍ତ୍ର ପୂଜା ମଣ୍ଡପ ନିର୍ମାଣ କରି ବିଶ୍ବକର୍ମାଙ୍କ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦ୍ର ଝା, କମ୍ପାନୀର ଇସ୍ପାତ ବ୍ୟବସାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଦିନେଶ କୁମାର ସରୋଗୀ, ନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ବନ୍ଦୋପଧ୍ୟାୟ ଏବଂ ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇ ପୂଜା କରାଯାଇଥିଲା।
ଏ ଅବସରରେ ପ୍ରଥମ ଥର ଯୋଗଦାନ କରି ବିମଳେନ୍ଦ୍ର ଝା ସମସ୍ତ କର୍ମଜୀବୀଙ୍କୁ କମ୍ପାନୀର ଅଭିବୃଦ୍ଧି କ୍ଷେତ୍ରରେ ବହୁଳ ଯୋଗଦାନ ତଥା ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥିବା ନିମନ୍ତେ ଅଭିନନ୍ଦନ ଜଣାଇଥିଲେ।
ସେହିପରି ଜିନ୍ଦଲ ନଗର ଦେବଭୂମିସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ବିଶ୍ବକର୍ମାଙ୍କ ନିକଟରେ ମଧ୍ୟ ସ୍ବତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହୋଇଥିଲା।











