ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ, ୫୦୪ ଜଣ ଭିନ୍ନକ୍ଷମଙ୍କୁ ସୁବିଧା ପ୍ରଦାନ

0

ତାଳଚେର: ଆଜି ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଳଚେର ହାଟତୋଟା ସ୍ଥିତ ଯୁବରାଜ ହାଇସ୍କୁଲ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଶିବିରକୁ ଉପଜିଲ୍ଲାପାଳ ସମୀର ଜେନା ଉଦଘାଟନ କରିଥିବା ବେଳେ ୫୦୪ ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ।

ସେଥିମଧ୍ୟରୁ ଚକ୍ଷୁ ବିଭାଗର ଗ୍ରାମାଞ୍ଚଳରୁ ୫୩ ଜଣ ହୋଇଥିବା ବେଳେ ପୌରପରିଷଦରୁ ୫ ଜଣ, ଅସ୍ଥିଶଲ୍ୟ ବିଭାଗ ଗ୍ରାମାଞ୍ଚଳରୁ ୧୪୦ ହୋଇଥିବା ବେଳେ ପୌରପରିଷଦରୁ ୨୮, ଆଖି- କାନ-ନାକ-ଗଳା ଗ୍ରାମାଞ୍ଚଳରୁ ୭୧ ଜଣ ହୋଇଥିବା ବେଳେ ପୌରପରିଷଦରୁ ୮ ଜଣ, ଭେଷଜ ବିଭାଗର ଗ୍ରାମାଞ୍ଚଳରୁ ୩୦ ଜଣ ହୋଇଥିବା ବେଳେ ପୌରପରିଷଦରୁ ୫ ଜଣ, ଶିଶୁବିଭାଗର ଗ୍ରାମାଞ୍ଚଳରୁ ୫୦ ଜଣ ହୋଇଥିବା ବେଳେ ପୌରପରିଷଦରୁ ୨ ଜଣ, ଏମଆର ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରୁ ୫୫ ଜଣ ହୋଇଥିବା ବେଳେ ପୌରପରିଷଦରୁ ୩ ଜଣ ଭିନ୍ନକ୍ଷମ ଉପସ୍ଥିତ ଥିଲେ ବୋଲି ତାଳଚେର ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କୁ ପେନସନ୍‌, ବସ୍‌, ଟ୍ରେନ୍ ପାସ୍‌, ୩ ଚକିଆ ସାଇକେଲ, କୃତ୍ରିମ ଅଙ୍ଗପ୍ରଦାନ ଇତ୍ୟାଦି ସୁବିଧା କରାଯାଇଥିଲା। ଏ ଅବସରରେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!