ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

You are currently viewing ମା’ ବାସନ୍ତୀ ଦୁର୍ଗା ପୂଜା ପାଇଁ ଭୂମି ପୂଜନ ଶେଷ, ଆସନ୍ତା ୨୭ ରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ

ଅନୁଗୁଳ: ଆଜି ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପାଇଁ ମାଟି ଉଠାଯାଇଛି। ଚଳିତବର୍ଷ ଖୁବ୍ ଧୁମଧାମରେ ମା’ଙ୍କର ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ ଓ ଉପଦେଷ୍ଟା ପ୍ରଦୀପ ଦେବତା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅମଲାପଡ଼ା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ମା’ଙ୍କ ପୂଜା ଆସନ୍ତା ୨୭ ତାରିଖରୁ ଆରମ୍ଭ ହୋଇ ୩୧ ଯାଏଁ ଚାଲିବ। ଏପ୍ରିଲ ୧ ରେ ମା’ଙ୍କ ବିସର୍ଜନ ହେବ ବୋଲି କମିଟିର ସମ୍ପାଦକ ଅନୁପ ମହାନ୍ତି ସୂଚନା ଦେଇଛନ୍ତି।

ଆଜିର କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଶକ୍ତି ପ୍ରସାଦ ପଟ୍ଟନାୟକ, ସମ୍ପାଦକ ଅନୁପ ମହାନ୍ତି, ଉପଦେଷ୍ଟା ପ୍ରଦୀପ ଦେବତା, ଉପସଭାପତି ଯତୀନ ସେଠୀ, ସହ ସମ୍ପାଦକ ସିପୁ ପଟ୍ଟନାୟକ, ମନୀଷ ପ୍ରଧାନ, କୋଷାଧ୍ୟକ୍ଷ ତାପସ ରାୟ, ବାପୁ ଭଞ୍ଜ, ରଶ୍ମିରଞ୍ଜନ ପ୍ରଧାନ, ସହଉପଦେଷ୍ଟା ବସଲା ସରପଞ୍ଚ ଚନ୍ଦନ ସାହୁ , ରିତେଶ ଦଳବେହେରା, ପ୍ରତାପ ମାଝୀ, ମନୁ ପ୍ରଧାନ, ବିଜୁ ରାଉତ, ଅନିଲ ପଟ୍ଟନାୟକ, କମଳ କାନ୍ତ ସାହୁ, ସଭ୍ୟ ସରୋଜ ସାହୁ, ବବୁଲୁ ମହାନ୍ତି, ମୁନା ସିଂହା, ଗୁଲୁ ମହାନ୍ତି, ବିଭୁତି ପ୍ରଧାନ, ତ୍ରିନାଥ ନାୟକ, ସୋମ୍ୟରଞ୍ଜନ ଦାସ, ଶିବ ସାହୁ, ଟୁଟୁ ପୃଷ୍ଟି, ଅମ୍ବିକା ଦେବତା, ଗିରିଜା ପଟ୍ଟନାୟକ, ବୁବୁନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply