ମା’ ବାସନ୍ତୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

You are currently viewing ମା’ ବାସନ୍ତୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଅନୁଗୁଳ: ଆଜି ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପରେ ମୃଣ୍ମୟୀ ଦେବୀଙ୍କ ପୂଜା ପାଇଁ ସକାଳେ କଳସ ଶୋଭାଯାତ୍ରା,ମହାସପ୍ତମୀ ପୂଜା,ନବପତ୍ରିକା ପ୍ରବେଶ,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡ଼ଶ ଉପଚାର ପୂଜା ଏବଂ ଏହାପରେ ଚଣ୍ଡୀପାଠ,ହୋମ, ଆଳତୀ ଓ ପୁଷ୍ପାଞ୍ଜଳି ଆଦି ଅନୁଷ୍ଠିତ ହୋଇଥିଲା।ସନ୍ଧ୍ୟାରେ ମା’ ବାସନ୍ତୀ ସାଂସ୍କୃତିକ ମଣ୍ଡପରେ ଅନୁଗୁଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର ଶିଶୁ ଓ କିଶୋର ନୃତ୍ୟଶିଳ୍ପୀ ମାନେ ନୃତ୍ୟ ବିଚିତ୍ରା ପ୍ରଦର୍ଶନ କରିଥିଲେ।ଓଡ଼ିଶୀ,ଆଧୁନିକ ରକ୍ ଆଣ୍ଡ ପପ ଡ୍ୟାନସ,ସମ୍ବଲପୁରୀ ଏବଂ ଅନ୍ୟାନ୍ୟ ଲୋକ ନୃତ୍ୟରେ ମଞ୍ଚ ଦୁଲୁକି ଥିଲା।ମଙ୍ଗଳବାର ଦିନ ମହାଷ୍ଟମୀ ପୂଜା ସନ୍ଧ୍ୟାରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ମାର୍ଶାଲ ଆର୍ଟ ତଥା ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରାଯିବ।

Share

Leave a Reply