ଅନୁଗୁଳ:ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଆସନ୍ତା ୫ ତାରିଖରୁ ଧାନ କ୍ରୟ ଆରମ୍ଭ କରାଯିବ ବୋଲି ଜଣାଯାଇଛି । ନିଜର ହକ ପାଇଁ ସମବାୟ ସମିତିର କର୍ମଚାରୀମାନେ ଧାରଣାରେ ବସିବା ପରେ ସରକାରଙ୍କ ସହିତ ବୁଝାମଣା କରି ସମବାୟ ସମିତିର କର୍ମଚାରୀମାନେ କାର୍ଯ୍ୟରେ ଯୋଗଦାନ କରିଥିବା ପାଳଲହଡା ଉପଜିଲାପାଳ ଅଜିତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ଧାନ କ୍ରୟ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପାଳଲହଡାର ୧୧ଟି ସମବାୟ ସମିତି ଇଞ୍ଜିଡ଼, ଖମାର, ଶଙ୍ଖମୁର, କୁଞ୍ଜାମ, ବଡ଼ସଡା, ମୁଣ୍ଡୁରିବେଡା, ଡିମିରିଆ, ଚଷାଗୁରୁଜାଙ୍ଗ, ନିଜଗଡ଼, ସଇଡା, ଝାରବେଡାରେ ଧାନ ସକାଳ ୮ ଟା ରୁ ଦିନ ୧ଟା ପର୍ଯ୍ୟନ୍ତ କିଣା ଯିବ। ଆସନ୍ତା ୫ ତାରିଖରେ ପ୍ରଥମେ ପାଳଲହଡା ନିଜଗଡ଼ ଓ ବଡ଼ସଡା ସୋସାଇଟିରେ ଧାନ କିଣା ଯିବ ବୋଲି ଧାର୍ଯ୍ୟ ହୋଇଥିବା ଉପଜିଲାପାଳ ପ୍ରକାଶ କରିଛନ୍ତି । କୋଭିଡ, ଓମିକ୍ରନ ଦିନକୁ ଦିନ ବଢି ଚାଲି ଥିବାରୁ ସବୁ ନିୟମକୁ କଡ଼ା କଡ଼ି ପାଳନ କରି ତୁଣ୍ଡି ଲଗାଇ ମଣ୍ଡିକୁ ଧାନ ଆଣିବାକୁ ପରାମର୍ଶ ଦେଇଛନ୍ତି। ସରକାରଙ୍କ ନିୟମାନୁଯାୟୀ ଧାନ କ୍ରୟ କରାଯିବ ବୋଲି ସୂଚନା ମିଳିଛି ।
ବୁଧବର ଖୋଲିବ ଧାନ ମଣ୍ଡି
- Post published:January 4, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
