ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ଜରାସିଂହା ନିକଟ ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ହୋଇଛି। ହର ପାର୍ବତୀଙ୍କ ନୂତନ ମୂର୍ତ୍ତି ମଥୁରାରୁ ଅଣାଯାଇ ହୋମ ଯଜ୍ଞ କରାଯାଇଥିଲା। ମୁଖ୍ୟ ପୁରୋହିତ ଗଙ୍ଗାଧର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ମୂର୍ତ୍ତି ସ୍ଥାପନ କରାଯାଇଥିଲା। ଏ ଅବସରରେ ଆଖ ପାଖ ଗ୍ରାମର ହଜାର ହଜାର ଭକ୍ତ ପ୍ରଭୁଙ୍କୁ ଦର୍ଶନ କରିଥିଲେ ଓ ପରେ ପ୍ରସାଦ ସେବନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ବୀରବର ମହାପାତ୍ର, ସମ୍ପାଦକ କିଶୋରୀ ମହାପାତ୍ର, କୁମୁଦ ଚରଣ ସାହୁ, ମଝିକା ଗ୍ରାମ ସଭାପତି ଦ୍ୱାରି ପ୍ରଧାନ ଉପସ୍ଥିତ ଥିଲେ।
ମଝିକା କାଶୀ ବୈଦ୍ୟନାଥ ମନ୍ଦିରରେ ହର ପାର୍ବତୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ସମ୍ପନ୍ନ
- Post published:July 12, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul
You Might Also Like

ରିମିଟ ଯୁକ୍ତ ଦୁଇ ବିଜ୍ଞାନ ଆବାସିକ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ : ଅଂଶୀକା ଟପ୍ପର, ପ୍ରଥମ ଶ୍ରେଣୀରେ ୪୨ ଜଣ ଉତ୍ତୀର୍ଣ୍ଣ

ଛେଣ୍ଡିପଦା ପଞ୍ଚାୟତ ସମିତିର ଦ୍ବିତୀୟ ସାଧାରଣ ବୈଠକ, ସବୁ ସମସ୍ୟାକୁ ମିଳିତ ଭାବେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ
